ବରଗଡ଼ : ସୋମବାର ବରଗଡ଼ ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟର ଛାତ୍ରଛାତ୍ରୀ ଉତ୍ସାହ ଉଦ୍ଦୀପନା ସହକାରେ କୃଷିଭିତ୍ତିକ ପର୍ବ ପୁରା ଉଆଁସ ପାଳନ କରିଛନ୍ତି । ଏ ଅବସରରେ ସ୍କୁଲ ପରିସରରୁ ମାଟି ହାତୀ ଘୋଡା କୁ ନେଇ ଏକ ଶୋଭାଯାତ୍ରା ସହର ପରିକ୍ରମା ପୂର୍ବକ ଟାଉନ ଥାନା ପରିସରକୁ ପହଞ୍ଚିଥିଲେ । ସେଠାରେ ଥାନା ଅଧିକାରୀ ସତ୍ୟଜିତ କାଣ୍ଡେଳକର , ପୂର୍ବତନ ବିଧାୟକ ସାଧୁ ନେପାକ, ପୌରାଧ୍ୟକ୍ଷ କଳ୍ପନା ମାଝୀ ଅତିଥି ଭାବେ ଯୋଗଦେଇଥିଲେ ।

ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନେ ମାଟି ହାତୀ ଘୋଡାକୁ ପୂଜାର୍ଚ୍ଚନା କରିଥିଲେ । କୃଷିଭିତ୍ତିକ ଏହି ପର୍ବ ଧିରେ ଧିରେ ବିଲୁପ୍ତ ହେବାକୁ ବସିଥିବା ବେଳେ ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟ ତରଫରୁ ଏହାକୁ ବଞ୍ଚାଇ ରଖିବାର ପ୍ର୍ରୟାସ ଜାରି ରହିଛି ।

ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଏ ଅବସରରେ ପୋଲିସ ପ୍ରଶାସନ ତରଫରୁ ଛାତ୍ରଛାତ୍ରୀଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଥିଲେ ।

Leave a Reply

Your email address will not be published.

error: Content is protected !!