ବରଗଡ଼ : ସ୍ଥାନୀୟ ଶୁଭମ ଟିଭିଏସ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଟିଭିଏସ ଜୁପିଟର-୧୧୦ ର ନୂଆ ମଡେଲ ଉନ୍ମୋଚିତ ହୋଇଯାଇଛି । ସ୍କୁଟର କ୍ଷେତ୍ରରେ ବିପ୍ଳବ ସୃଷ୍ଟି କରିଥିବା ଜୁପିଟରର ଏହି ନୂଆ ମଡେଲର ଉନ୍ମୋଚନ ଉତ୍ସବରେ ବିଶିଷ୍ଟ ବ୍ୟବସାୟୀ ଦିଲୀପ ସାୱଡିଆ, ସୁବାଷ ଅଗ୍ରୱାଲ, ଲଳିତ ଅଗ୍ରୱାଲ ପ୍ରମୁଖ ଅତିଥି ଭାବେ ଯୋଗଦେଇ ପ୍ରଥମ ଦିନର କ୍ରେତାମାନଙ୍କୁ ଗାଡିର ଚାବି ହସ୍ତାନ୍ତରଣ କରିଥିଲେ । ଉନ୍ମୋଚନ ଉତ୍ସବରେ ବରଗଡ଼ ଜିଲ୍ଳାର ବିଭିନ୍ନ ଅଞ୍ଚଳର ୭ ଜଣ ଗ୍ରାହକଙ୍କୁ ନୂତନ ମଡେଲ ପ୍ରଦାନ କରାଯାଇଥିଲା । ଶୁଭମ ଟିଭିଏସର ସତ୍ୱାଧିକାରୀ ଅମର ଅଗ୍ରୱାଲ ଓ ଅନ୍ୟ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave a Reply

Your email address will not be published.

error: Content is protected !!