ବରଗଡ଼ : ବରଗଡ଼ର ଅନ୍ୟତମ ସର୍ବପୁରାତନ ଲୁଗା ବ୍ୟବସାୟ ଦୋକାନ ପ୍ରକାଶ ଷ୍ଟୋରର ଅତ୍ୟାଧୁନିକ ସୋରୁମ ଭଟଲି ଛକ ନିକଟରେ ଉଦଘାଟିତ ହୋଇଯାଇଛି । ସ୍ୱାଧୀନତା ପୂର୍ବରୁ ୧୯୪୫ ରୁ ଆରମ୍ଭ ହୋଇଥିବା ବରଗଡ଼ ପୁରୁଣା ମୁଖ୍ୟ ରାସ୍ତାରେ ଥିବା ପ୍ରକାଶ ଷ୍ଟୋର ବର୍ତମାନ ଅତ୍ୟାଧୁନିକ ମେଗା ମଲରେ ପରିଣତ ହୋଇଛି । ଚାରି ମହଳା ବିଶିଷ୍ଟ ଏହି ନୂତନ ସୋ ରୁମରେ ପ୍ରତ୍ୟେକ ମହଲାରେ ଅଲଗା ଅଲଗା ବିଭାଗର କପଡା ବିକ୍ରୀ ପାଇଁ ବ୍ୟବସ୍ଥା ରହିଛି । ଏହି ନୂତନ ସୋରୁମର ଉଦଘାଟନ କାର୍ଯ୍ୟକ୍ରମକୁ ଅଶୋକ ମିତ୍ତଲ ଓ ଅଞ୍ଜୁ ମିତ୍ତଲ ପରିଚାଳନା କରିଥିବା ବେଳେ ପରିବାରର ଅନ୍ୟ ସଦସ୍ୟ ପ୍ରକାଶ ମିତ୍ତଲ ,ସଂଜୟ ମିତ୍ତଲ ମଧ୍ୟ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବ୍ୟବସାୟୀ ଶ୍ୟାମ ସୁନ୍ଦର ଅଗ୍ରୱାଲ, ଲଳିତ ଅଗ୍ରୱାଲ ସମେତ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଉଦଘାଟନୀ ଅବସରରେ ଏହି ସୋରୁମରେ ସମସ୍ତ ନୂତନ ଡିଜାଇନର ଲୁଗା ଓ ରେଡିମେଡ ବସ୍ତ୍ର ସୁଳଭ ମୂଲ୍ୟରେ ମିଳିପାରିବ ବୋଲି ଅଶୋକ ମିତ୍ତଲ ଜଣାଇଛନ୍ତି ।

Leave a Reply

Your email address will not be published.

error: Content is protected !!