ବିଜେପୁର : ବିଜେପୁର ବ୍ଲକ ଯୋଖିପାଲି ସରକାରୀ ଆୟୁର୍ବେଦ ଚିକିତ୍ସାଳୟ ଠାରେ ଆୟୁଷ୍ମାନ ଆରୋଗ୍ୟ ପକ୍ଷରୁ ଏକ ଆୟୁଷ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ବୃଦ୍ଧବୃଦ୍ଧାମାନଙ୍କ ରକ୍ତଚାପ,ରକ୍ତଶର୍କରା, ବାତରୋଗ, ଚର୍ମରୋଗ, ହୃଦରୋଗ ତଥା ବିଭିନ୍ନ ରୋଗର ପରୀକ୍ଷା କରାଯାଇଥିଲା । ଯୋଖିପାଲି ସରକାରୀ ଆୟୁର୍ବେଦ ଚିକିତ୍ସାଳୟ ଡ଼ା.ରମେଶ କୁମାର ପୋଢ଼ ଉପଜନସାଧାରଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ମାଗଣାରେ ଔଷଧ ବଣ୍ଟନ କରିଥିଲେ । ଆୟୁଷ ସହାୟକ ସାରଥୀ ସୁନା, ପିଟିଏମ ଚନ୍ଦଶେଖର ନାଏକ, ଯୋଗ ପ୍ରଶିକ୍ଷକ ମିଲନ ବନଛୋର, ପ୍ରଣତୀ ସାହୁ ପ୍ରମୁଖ ଶିବିର ପରିଚାଳନାରେ ସକ୍ର୍ରିୟ ସହଯୋଗ କରିଥିଲେ ।

Leave a Reply

Your email address will not be published.

error: Content is protected !!