ବରଗଡ଼ : ଆଗାମୀ ୨୯ ତାରିଖରେ ଫାଇଟର୍ସ ଗୃପ ତରଫରୁ ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ହଲଠାରେ କେନସର ପୀଡିତ ଓ ତାଙ୍କ ପରିବାର ପାଇଁ ମନୋବଳ ବୃଦ୍ଧି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏ ନେଇ ଅଗ୍ରଗାମୀ ଯୁବକ ସଂଘ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ ଫାଇଟର୍ସ ଗୃପ ତରଫରୁ ସୂଚନା ଦିଆଯାଇଛି । ରେଡିଏସନ ଅଙ୍କଲୋଜିଷ୍ଟ ଡାକ୍ତର ବିଶ୍ୱରଞ୍ଜନ ରାଉତ, କେଶବ ଶର୍ମା, ଡ.ଅମୃତ ମଜୁମଦାର, ଡ. ମଧୁମିତା ବିଶ୍ୱାଲ, ରାଜନନ୍ଦିନୀ ଘୋଷ ପ୍ରମୁଖ ବିଶିଷ୍ଟ ମନୋବିଜ୍ଞାନୀ ତଥା ଅଙ୍କଲୋଜିଷ୍ଟ ଯୋଗଦେଇ କେନସର ପୀଡିତ ଓ ତାଙ୍କ ପରିବାରର ମନୋବଳ ବୃଦ୍ଧି କରିବାର କାର୍ଯ୍ୟକ୍ରମ ରହିଛି ।

ସାମ୍ବାଦିକ ସମ୍ମିଳନୀରେ ଫାଇଟର୍ସ ଗୃପର ଚେୟାରମେନ ଅଶ୍ୱିନୀ ଦର୍ଜି , ଉମିଦେଁ ର ପ୍ରତିଷ୍ଠାତା ନିତାଇଗୌର ପାଣିଗ୍ରାହୀ , ୟୁନାଇଟେଡ ଫୋରମ ଫର କେନସର ହସପିଟାଲ ଇନ ବରଗଡ଼ର କୋଡିନେଟର ରବି ପଣ୍ଡା, କେନସର ସହଯୋଗ କେନ୍ଦ୍ରର କୋଡିନେଟର ଦୁର୍ଲଭି ବିଶ୍ୱାଲ, ଫାଇଟର୍ସ ଗୃପର ପ୍ରତାପ ଦାଶ, ସ୍ୱେଚ୍ଛାସେବୀ ଶେଖ ମହମ୍ମଦ ଗଜନବୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published.

error: Content is protected !!