ବରଗଡ଼ : ନିଷ୍ଠା ପରିବାର ତରଫରୁ ଆୟୋଜିତ ରେଡଡ୍ରପ ମାରାଥନର ଦ୍ୱିତୀୟ ଦିନ କିଶୋରୀ ନର୍ସିଂ ହୋମ ଏବଂ ଆର୍ଟ ଅଫ ଲିଭିଂର ମିଳିତ ଆନୁକୁଲ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରକୁ ଡାକ୍ତର ପିଏଲ ତ୍ରିପାଠୀ, ସ୍ନିଗ୍ଧା ତ୍ରିପାଠୀ ମୁଖ୍ୟଅତିଥି ଭାବରେ ଯୋଗଦେଇ ଫିତା କାଟି ଶୁଭାରମ୍ଭ କରିଥିଲେ । ସମ୍ମାନିତ ଅତିଥି ଭାବରେ ଡାକ୍ତର ଅଶ୍ୱିନୀ ଭୋଇ, ଡାକ୍ତର ପିକେ ଦାଶ, ଡାକ୍ତର ଶୀତଳ ଅଗ୍ରୱାଲ ଓ ଅନୁପ ଦର୍ଜୀ ଯୋଗଦେଇ ନିଜେ ରକ୍ତ ଦେବା ସହ ଅନ୍ୟ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଶିବିରରୁ ବରଗଡ଼ ରକ୍ତ ଭଣ୍ଡାର ଦ୍ୱାରା ସର୍ବମୋଟ ୪୭ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ନିଷ୍ଠା ପରିବାରର ସମସ୍ତ ସଦସ୍ୟ ସଦସ୍ୟା ଶିବିରର ସୁପରିଚାଳନା କରିଥିଲେ ।

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar