ପାଇକମାଲ : ବରଗଡ ଜିଲା ପାଇକମାଲ ବ୍ଳକ ପ୍ରସିଦ୍ଧ ନୃସିଂହନାଥ ମନ୍ଦିର ନିକଟସ୍ଥ ରଣେଶ୍ୱର ରାମଚଣ୍ଡୀ ମନ୍ଦିର ପରିସରରେ ବିଶାଶହେ କୁଳ କୁଳିତା ସମାଜର ମହାସଭା ଆୟୋଜିତ ହେବ । ଏଥିପାଇଁ ରାମଚଣ୍ଡୀ ମନ୍ଦିରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗୀର ଜିଲାର ବେଳାର ସିଂ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକକୁ ଗୋପାଳ ପ୍ରଧାନ ଓ ରଥିଲାଲ ଗୁପ୍ତା ପରିଚାଳନା କରିଥିଲେ । ଏହି ବୈଠକରେ କୁଳିତା ସମାଜ ଇଷ୍ଟଦେବୀ ରଣେଶ୍ୱର ରାମଚଣ୍ଡୀ ମନ୍ଦିର ନୃସିଂହନାଥରେ ମହାସଭା ଆୟୋଜନ କରାଯିବା ନେଇ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗୃହିତ ହେବା ସହ ଏ ନେଇ ଓଡିଶା ତଥା ଛତିଶଗଡ଼ର ବିଭିନ୍ନ ଜିଲାରୁ ୨୧ ଜଣିଆ କମିଟି ଗଠନ କରା ଯାଇଥିଲା ।

ଏହି କମିଟି ଆସନ୍ତା ମହାସଭାର ରୂପରେଖ ପ୍ରସ୍ତୁତ କରିବେ ବୋଲି ସୂଚନା ଦିଆଯାଇଥିଲା । କୁଳିତା ସମାଜର ପଦ୍ମପୁର କାର୍ଯ୍ୟକାରିଣୀ ସଭାପତି ଯୋଗେନ୍ଦ୍ର କୁମାର ଭୋଇଙ୍କ ସମେତ ବିଶିଷ୍ଠ ପଦାଧିକାରୀ ସରୋଜ ସାହୁ, ହରିଚରଣ ପ୍ରଧାନ, ଗିରିଧାରୀ ସାହୁ, ସୁବର୍ଧନ ପ୍ରଧାନ, ଦିବାକର ପ୍ରଧାନ, ବାସୁଦେବ ପ୍ରଧାନ, କେଶବ ଭୋଇ, ସୁରେଶ ପ୍ରଧାନ ପ୍ରମୁଖ ନିଜ ନିଜର ସୁଚିନ୍ତିତ ମତାମତ ଦେଇଥିଲେ ।

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar