ପାଇକମାଳ: ପାଇକମାଳ ବ୍ଳକ ମାଣ୍ଡୋସିଲ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ୨୬ତମ ଜିଲ୍ଳାସ୍ତରୀୟ ଶ୍ରୀ ଅରବିନ୍ଦ ମହିଳା ପାଠଚକ୍ର ଅନୁଷ୍ଠିତ ହୋଇଯାଇଅଛି । ଜୟନ୍ତୀ ସିଂ ଙ୍କ ପରିଚାଳନାରେ ପ୍ରଥମ ଅଧିବେଶନ ଆଲୋଚନା ଚକ୍ରରେ ମମତା ଦାସ, ବୈଜୟନ୍ତୀ ଧରୁଆ, ଆହ୍ଳାଦିନୀ ଦଲେଇ, ତପସ୍ୱିନୀ ମହାପାତ୍ର, ପ୍ରତିମା ଗୁରୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଏ ଅବସରରେ ଶ୍ରୀଧର ସାହୁ ଉପସଂହାର , ମୀନାରାଣୀ ଖୁଣ୍ଟିଆ ସ୍ୱାଗତ ଭାଷଣ ଏବଂ ହରିପ୍ରିୟା ସାହୁ ସମ୍ମିଳନୀର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଦ୍ୱିତୀୟ ଅଧିବେଶନରେ ଲକ୍ଷ୍ମୀପ୍ରିୟା ରାଉତଙ୍କ ପରିଚାଳନାରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ପ୍ରଫୁଲ୍ଲ କୁମାର ପଣ୍ଡା, ରାଧାକାନ୍ତ ମିଶ୍ର ଯୋଗଦେଇଥିଲେ ଏବଂ ଗୋକୁଳାନନ୍ଦ ଡନସନା କୃତଜ୍ଞତା ଜଣାଇଥିଲେ । ପ୍ରଫୁଲ୍ଲ କୁମାର ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ସାଙ୍ଗଠନିକ ଆଲୋଚନାରେ ଶ୍ରୀଧର ସାହୁ, ଜୟନ୍ତୀ ସିଂ ଓ ଲକ୍ଷ୍ମୀପ୍ରିୟା ରାଉତ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଳାର ବିଭିନ୍ନ ପ୍ରାନ୍ତରୁ ମହିଳାମାନେ ସାମିଲ ହୋଇ ଆଲୋଚନାରେ ଭାଗ ନେଇଥିଲେ ।