ବରଗଡ଼ : ରାଜଯୋଗିନୀ ଦାଦୀ ପ୍ରକାଶମଣି ଜୀଙ୍କ ୧୭ ତମ ପୂଣ୍ୟତିଥି ଅବସରରେ ବରଗଡ଼ ବ୍ରହ୍ମାକୁମାରୀ ସେଣ୍ଟରରେ ବିଶ୍ୱ ବନ୍ଧୁତ୍ୱ ଦିବସ ପାଳିତ ହୋଇଯାଇଛି । ବ୍ରହ୍ମାକୁମାରୀ ପଶ୍ଚିମ ଓଡିଶା ମୁଖ୍ୟ ପାର୍ବତୀ ଭଉଣୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାଂସଦ ପ୍ରଦୀପ ପୁରୋହିତ ଏବଂ ବିଧାୟକ ଅଶ୍ୱିନୀ ଷଡଙ୍ଗୀ ଅତିଥି ଭାବେ ଯୋଗଦାନ କରିଥିଲେ ।
ଏ ଅବସରରେ ବିଧାୟକ ଷଡଙ୍ଗୀ ବ୍ରହ୍ମାକୁମାରୀ ଆଶ୍ରମ ପାଇଁ ୫ ଲକ୍ଷ ଟଙ୍କା ଅନୁଦାନ ଯୋଗାଇଦେବାକୁ ଘୋଷଣା କରିଥିଲେ । ବରଗଡ଼ ବ୍ରହ୍ମାକୁମାରୀ ସେଣ୍ଟର ମୁଖ୍ୟ ଯଶୋଦା ଭଉଣୀ କାର୍ଯ୍ୟକ୍ରମ ପରିଚାଳନା ଓ ବ୍ରହ୍ମାକୁମାରୀ ଜ୍ୟୋତି ସକ୍ରିୟ ସହଯୋଗ କରିଥିଲେ ।