ବରଗଡ଼ : ରବିବାର ବରଗଡ଼ ବିକାଶ ଫାଷ୍ଟ ଷ୍ଟେପରେ ସ୍ପେସ୍ ଲ୍ୟାବ ଉଦଘାଟିତ ହୋଇଯାଇଛି । ରାଉରକେଲା ବିଜୁ ପଟ୍ଟନାୟକ ୟୁନିଭର୍ସିଟି ଅଫ୍ ଟେକନୋଲୋଜିର ଉପ କୁଳପତି ପ୍ରଫେସର ଅମୀୟ କୁମାର ରଥ ମୁଖ୍ୟଅତିଥି ଏବଂ ବିକାଶ ଗୃପର ନିର୍ଦ୍ଦେଶକ ଡି ନାଗେଶ୍ୱର ରାଓ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ ।

ଭୂମିକା ସ୍ପେସ ଏକାଡେମୀର ସହଯୋଗିତାରେ ଏହି ସ୍ପେସ୍ ଲ୍ୟାବ କାର୍ଯ୍ୟ କରିବ । ଅନ୍ୟମାନଙ୍କ ମଧ୍ୟରେ ଭୂମିକା ସ୍ପେସ ଲ୍ୟାବର ବ୍ରଜେଶ ମିତ୍ତଲ ଏବଂ ବିକାଶ ଫାଷ୍ଟ ଷ୍ଟେପର ଅଧ୍ୟକ୍ଷା ପୁଷ୍ପଲତା ମହାପାତ୍ର ଉପସ୍ଥିତ ଥିଲେ ।

ଏହି ଲ୍ୟାବରେ ଛାତ୍ରଛାତ୍ରୀ ଅନ୍ତରୀକ୍ଷ ବିଷୟରେ ବିଭିନ୍ନ ତଥ୍ୟ ଜାଣିପାରିବେ ।

Leave a Reply

Your email address will not be published.

error: Content is protected !!