ଅତାବିରା : ଅତାବିରା ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟଠାରେ ବ୍ଳକସ୍ତରୀୟ ସଂସ୍କୃତ ଦିବସ ପାଳିତ ହୋଇଯାଇଛି । ବ୍ଲକ ସଂସ୍କୃତ ଶିକ୍ଷକ ସଂଘର ସଭାପତି ଦିଲ୍ଲୀପ ପଟ୍ଟନାୟକ ଓ ସମ୍ପାଦକ ସୁଧୀର ରଥଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ତଥା ସାଗରିକା ଦାଶଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଅତାବିରା ବିଇଓ ମିଶ୍ରାଣୀ କୁମ୍ଭାର ମୁଖ୍ୟଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଶିକ୍ଷୟିତ୍ରୀ ସୁପ୍ରଭା ସାହୁ , ଅବସରପ୍ରାପ୍ତ ଶିକ୍ଷକ ଲବ ସାହୁ ଯୋଗ ଦେଇଥିଲେ । ସଂସ୍କୃତ ଭାଷା ଭାରତୀୟ ସଂସ୍କୃତିର ମୂଳ ଆଧାର ବୋଲି ଏ ଅବସରରେ ମତପ୍ରକାଶ ପାଇଥିଲା । ଅତାବିରା ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଂସ୍କୃତ ନୃତ୍ୟ, ଗୀତ ରଚନା ଓ ସଂସ୍କୃତ ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଶିକ୍ଷକ ଅରୁଣ ଦାଶ , ଭାସ୍କର ପ୍ରଧାନ, କିରଣ ବିଶ୍ୱାଳ ,ଘନଶ୍ୟାମ ପଣ୍ଡା , ମୋହନ ମେହେର ପ୍ରମୁଖ ବିଚାରକ ଦାୟିତ୍ୱ ତୁଲାଇଥିଲେ ।

ଉଦଯାପନୀ ସମାରୋହରେ ବରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ ସଂସ୍କୃତ ଭାଷା ହିଁ ଭାରତର ଆତ୍ମା ବୋଲି ଉଲ୍ଲେଖ କରିଥିଲେ । ସମ୍ମାନିତ ଅତିଥି ଭାବେ ଭେଡେନ ବିଇଓ ମଛିନ୍ଦ୍ର ମଲ୍ଲିକ , ଏବିଇଓ କାର୍ତ୍ତିକ ବାଗ ,ବରଗଡ଼ ଜିଲ୍ଲା ଶାରିରିକ ଶିକ୍ଷା ନିରୀକ୍ଷକ ସୁଦୀପ୍ତ କୁମାର ନାୟକ, ମୁଖ୍ୟବକ୍ତା ନିଖିଲ ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘର ଯୁଗ୍ମ ସଂପାଦକ ପଣ୍ଡିତ ଗୋପବନ୍ଧୁ ପୁରୋହିତ ପ୍ରମୁଖ ଯୋଗ ଦେଇ ସଂସ୍କୃତ ଭାଷା ର ମହନୀୟତା ଉପରେ ଆଲୋକପାତ କରିଥିଲେ । ଦ୍ୱିତୀୟ ଅଧିବେଶନର କାର୍ଯ୍ୟକ୍ରମକୁ ସମ୍ପାଦକ ସୁଧୀର ରଥ ପରିଚାଳନା କରିଥିବା ବେଳେ ସଭାପତି ଦିଲ୍ଲୀପ ପଟ୍ଟନାୟକ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ପଦ୍ମାଳୟା ସାହୁ, ସାଗରିକା ଦାଶ , ମିଲି ଦାଶ,ଦେବାନନ୍ଦ ଭୋଇ ,ଲୁକେଶ୍ୱର୍ ବଗର୍ତ୍ତି ,ନେତ୍ରାନନ୍ଦ ପ୍ରଧାନ, ରାମ ଭୋଇ , ଚିତ୍ତରଞ୍ଜନ ଭୋଇଙ୍କ ସମେତ ଅତାବିରା ବ୍ଲକର ସମସ୍ତ ସଂସ୍କୃତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ପଣ୍ଡିତ ମେଦିନୀକାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published.

error: Content is protected !!