ବରଗଡ : ସ୍ଥାନୀୟ ରୋଟାରୀ ପବ୍ଲିକ ସ୍କୁଲରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ କ୍ଲବର ସେକ୍ରେଟାରୀ ରୋଟାରୀଆନ ଦିବ୍ୟରାଜ ମେହେର ଓ ସ୍କୁଲର ପରିଚାଳନା କମିଟିର ସଦସ୍ୟ ରୋଟାରୀଆନ ଗଙ୍ଗାସାଗର ପତି ମିଳିତ ଭାବେ ଦ୍ୱୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଭଟଲି ଦଧିବାମନ କଲେଜର ଓଡିଆ ବିଭାଗର ଅଧ୍ୟାପକ ଦୁର୍ଗାଶିଷ ପଟ୍ଟନାୟକ ମୁଖ୍ୟଅତିଥି ଭାବରେ ଯୋଗଦେଇ ଗଙ୍ଗାଧର ସାହିତ୍ୟରୁ ଆନିତ ବିଭିନ୍ନ କଥାବସ୍ତୁକୁ ଗାଳ୍ପିକ ଭାବରେ ଛାତ୍ରଛାତ୍ରୀଙ୍କୁ କଠିନ ପରିଶ୍ରମ ଦ୍ୱାରାହିଁ ଲକ୍ଷପ୍ରାପ୍ତି ହାସଲ କରିବା ପାଇଁ ପ୍ରବର୍ତାଇଥିଲେ । ପ୍ରଧାନ ଶିକ୍ଷକ ଗଜେନ୍ଦ୍ର ନାରାୟଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସଙ୍ଗୀତ ଶିକ୍ଷକ ସନ୍ଦୀପ ମହାପାତ୍ରଙ୍କ ସଂଯୋଜନାରେ ଛାତ୍ରଛାତ୍ରୀମାନଙ୍କର ଗଙ୍ଗାଧର ସଙ୍ଗୀତ ଗାନ, କବିତା ଆବୃତି, ବକ୍ତୃତା ଆଦି ଅତ୍ୟନ୍ତ ଆକର୍ଷଣୀୟ ହୋଇଥିଲା । ଏହି ଅବସରରେ ହୋଇଥିବା ବିଭିନ୍ନ ପ୍ରତିଯୋଗୀତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ଦାସ ଧନ୍ୟବାଦ ଅର୍ପଣ କରିଥିଲେ ଓ ଉପାଧ୍ୟକ୍ଷ ଡୋଲାମଣି ପୋଢ଼ କାର୍ଯ୍ୟକ୍ରମର ପରିସମାପ୍ତି ଘୋଷଣା କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଓଡିଆ ବିଭାଗର ସସ୍ମିତା ପଣ୍ଡା, ଅନୁସୁୟା ମଲ୍ଲିକ ସର୍ମିଷ୍ଠା ନାଥ, ନିତାରାଣୀ ପଣ୍ଡା ଓ ସ୍କୁଲର କଳା ଶିକ୍ଷକ ବୃନ୍ଦାବନ ବିଶି ସହଯୋଗ କରିଥିଲେ ।

Leave a Reply

Your email address will not be published.

error: Content is protected !!