ସମ୍ବଲପୁର : ସମ୍ବଲପୁର ସହର ରୋଟାରୀ କ୍ଳବର ନବମ ସ୍ଥାପନା ଦିବସ ପାଳିତ ହୋଇଯାଇଛି । ଏ ଅବସରରେ ଜବଲପୁର ଆରଆଇ ଡିଷ୍ଟ୍ରିକ ୩୨୬୧ ଜିଲ୍ଳା ଗଭର୍ଣ୍ଣର ରୋଟାରୀଆନ ଅଖିଲ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ । ସେହିପରି ପୂର୍ବ ଜିଲ୍ଲା ଗଭର୍ଣ୍ଣର ରୋଟାରିଆନ ଶମ୍ଭୁ ଜାଗତରାମକା ଓ ପୂର୍ବ ଜିଲ୍ଳା ଗଭର୍ଣ୍ଣର ରୋଟାରିଆନ ସୁନିଲ ପାଠକ ସମ୍ମାନିତି ଅତିଥି ଏବଂ ଓ ରୋଟାରିଆନ ବିକ୍ରମ ସେନାପତି ମହାଅନୁଷ୍ଠାନର ଅତିଥି ଭାବେ ମଞ୍ଚାସୀନ ଥିଲେ । ୨୦୨୪-୨୫ ବର୍ଷ ପାଇଁ ରୋଟାରିଆନ ହେମନ୍ତ କୁମାର ପାଣିଗ୍ରାହୀ ନୂତନ ଅଧ୍ୟକ୍ଷ ଏବଂ ରାଘବ ଗର୍ଗ ସଚିବ ଭାବରେ ଶପଥ ଗ୍ରହଣ କରିଥିଲେ । ନବ ନିର୍ବାଚିତ ଅଧ୍ୟକ୍ଷ ଶ୍ରୀ ପାଣିଗ୍ରାହୀ ରିଚ୍ ଦ ଅନରିଚ ଦୃଷ୍ଟିକୋଣକୁ ସାଧାରଣରେ ଆଣିବାକୁ ନିଷ୍ପତି ନେବା ସହ ଜୁଜୋମୁରାରେ ଜାତୀୟ ହକି ପ୍ରତିଯୋଗିତା ଆୟୋଜନ ତଥା ସ୍ୱଚ୍ଛ ମହାନଦୀ ନାମକ ମାରାଥନ , ସଡକ ଦୁର୍ଘଟଣା ରୋକିବା,ବୁଲା ଗୋରୁଗାଇଙ୍କ ଥଇଥାନ ଆଦି ନେଇ କାର୍ଯ୍ୟ କରାଯିବ ବୋଲି ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବରୁନ୍ ଚକ୍କା, ଭିପୁଲ୍ ଗୋୟଲ,ନିଶାନ୍ତ ଗୋଏଙ୍କା, ଲଳିତ ରୋହିଦାସ, ପ୍ରତୀକ ଶ୍ରୀରସ୍କା, ବସନ୍ତ ମୁନ୍ଦ୍ରା ସମ୍ବଲପୁର ସହର ରୋଟାରୀ କ୍ଲବରେ ନୂତନ ଭାବରେ ଯୋଗ ଦେଇଥିଲେ    ।

ସମସ୍ତ କାର୍ଯ୍ୟକ୍ରମରେ ରୋଟାରୀଆନ ଜତିନ୍ଦର ଶର୍ମା ଓ ସୂର୍ଯ୍ୟ ଗୁରୁ ମଞ୍ଚ ପରିଚାଳନା କରିଥିଲେ ଏବଂ ପରିଶେଷରେ ରୋଟାରିଆନ ବିଶାଳ ଭାଟିଆ ଧନ୍ୟବାଦ ଅର୍ପଣ କରିଥିଲେ । ଏ ଅବସରରେ ସମ୍ବଲପୁର ସମେତ ବୁର୍ଲା, ଝାରସୁଗୁଡା, ବରଗଡ଼ରୁ ରୋଟାରୀ କ୍ଳବର ସଦସ୍ୟମାନେ ଯୋଗଦାନ କରିଥିଲେ ।

Leave a Reply

Your email address will not be published.

error: Content is protected !!