ବରପାଲି : ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ସ୍ୱଭାବ କବିଙ୍କ ୧୬୨ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷା ପଦ୍ମିନୀ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପକ ଯତୀନ୍ଦ୍ର କୁମାର ସାହୁଙ୍କ ସଂଯୋଜନା କରିଥିଲେ । ମହାବିଦ୍ୟାଳୟର ପ୍ରତିଷ୍ଠାତା ଅନ୍ତର୍ଯ୍ୟାମୀ ପଣ୍ଡା ମୁଖ୍ୟଅତିଥି ଓ ବରଗଡ଼ ଟ୍ରଷ୍ଟ ଫଣ୍ଡ ମହାବିଦ୍ୟାଳୟ ଅଧ୍ୟକ୍ଷ ସରୋଜ କୁମାର ଦେବତା ମୁଖ୍ୟବକ୍ତା ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଓଡ଼ିଆ ବିଭାଗ ଅଧ୍ୟାପିକା ପିଙ୍କି ବାରିକ ଅତିଥି ପରିଚୟ , ଇତିହାସ ବିଭାଗ ଅଧ୍ୟାପିକା ନିଳୀମା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ମହାବିଦ୍ୟାଳୟର ଅଧ୍ୟାପକ ନେପାଲ ବିଶ୍ୱାଳ, ଶଶାଙ୍କ ଶେଖର ପଧାନ, ସାର୍ଥକ ପାଣିଗ୍ରାହୀ , ଅଧ୍ୟାପିକା ଜ୍ୟୋତି ସାହୁ, ସସ୍ମିତା ମେହେର, ଶୋଭାବତୀ ଥପା, ମନୀଷା ଭୋଇ, ପରିଣୀତା ପଧାନ, ସହକର୍ମୀ ବିରେନ୍ଦ୍ର ଖଟୁଆ, ନୃପରାଜ ବରିହା, ତ୍ରିପୁରା ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published.

error: Content is protected !!