ଅମ୍ବାଭୋନା : ଅମ୍ବାଭୋନା ସ୍ଥିତ ଅଷ୍ଟଶମ୍ଭୁ ପୀଠ ଶ୍ରୀ ଶ୍ରୀ କେଦାରନାଥ ବାବା ତଥା ଆଞ୍ଚଳିକ ଦେବାଦେବୀଙ୍କ ଠାରେ ଆସନ୍ତା ସେପ୍େଟମ୍ବର ୮ତାରିଖ ରବିବାର ସକାଳ ୯ ଟା ୧୪ ରୁ ୧୦ ଟା ୩୬ ମଧ୍ୟେ ବିଶୁଦ୍ଧ ତୁଳା ଲଗ୍ନରେ ନବାନ୍ନ ଲାଗି କରାଯିବାକୁ ଲଗ୍ନ ଧାର୍ଯ୍ୟ ହୋଇଛି । ଏ ନେଇ ଅମ୍ବାଭୋନାସ୍ଥିତ କେଦାରନାଥ ମନ୍ଦିର ଠାରେ ବ୍ଲକ ବ୍ରାହ୍ମଣ ସମାଜ ସଭାପତି ଯୋଗୀନ୍ଦ୍ର ମିଶ୍ରଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବ୍ରାହ୍ମଣ ସମାଜର ପଣ୍ଡିତ ହିମାଂଶୁ ଶେଖର ରଥ, ଅଶୋକ ମହାପାତ୍ର, ଗଙ୍ଗାରାମ ଦାଶ, ପ୍ରଫୁଲ୍ଲ ଶତପଥି, ଜଗନ୍ନାଥ ପଣ୍ଡା, ଗୋପବନ୍ଧୁ ମହାପାତ୍ର , ସନ୍ତୋଷ ଦାଶ, ସୁରେଶ ଦାଶ, ମିତ୍ରଭାନୁ ଯୋଶୀ ସମେତ ବହୁ ସଦସ୍ୟ ସାମିଲ ହୋଇଥିଲେ ।

Leave a Reply

Your email address will not be published.

error: Content is protected !!