ପଦ୍ମପୁର : ଡାକ୍ତର ମୌମିତା ଦେବନାଥଙ୍କୁ ନ୍ୟାୟ ପ୍ରଦାନ ନେଇ ପଦ୍ମପୁରରେ ଏକ ସଚେତନତା ରେଲି ଆୟୋଜିତ ହୋଇଥିଲା । ଜେନିଥ ଲାୟନ୍ସ ଗୁରୁକୁଳ ପକ୍ଷରୁ ଆୟୋଜିତ ଏହି ରେଲି ସହର ପରିକ୍ରମା ପୂର୍ବକ ଭେଉଁରିଆ ଛକ ପର୍ଯ୍ୟନ୍ତ ଯାଇଥିଲା । ଛାତ୍ରଛାତ୍ରୀ ଏହି ରେଲିରେ ସାମିଲ ହୋଇ ନାରୀ ସୁରକ୍ଷା ଉପରେ ସ୍ଲୋଗାନ ଦେଇ ଜନ ସଚେତନତା ସୃଷ୍ଟି କରିଥିଲେ । ଏ ଅବସରରେ ଭେଉଁରିଆ ଛକ ଠାରେ ଦୀପ ପ୍ରଜ୍ଜଳନ କରି ଡାକ୍ତର ଦେବନାଥଙ୍କୁ ତୁରନ୍ତ ନ୍ୟାୟ ଦାବୀ ପାଇଁ ଦାବି କରିଥିଲେ । ଜେନିଥ ଲାୟନ୍ସ ଗୁରୁକୁଳ ପକ୍ଷରୁ ପ୍ରତାପ କୁମାର ମିଶ୍ର, ପବନ ଅଗ୍ରୱାଲ,ଅଧ୍ୟକ୍ଷ ଡ. ମନୋଜ ପଣ୍ଡା,ସମାଜସେବୀ ନିରୋଜ ଦୋରାଙ୍କ ସମେତ ଛାତ୍ରଛାତ୍ରୀ ସାମିଲ ହୋଇ ଜନସଚେତନତା କରିଥିଲେ ।

Leave a Reply

Your email address will not be published.

error: Content is protected !!