ବରଗଡ଼ : ସ୍ଥାନୀୟ ରାଣା ପ୍ରତାପ ସ୍କୁଲ ରେ ଜାତୀୟ ମହାକାଶ ଦିବସ ପାଳନ ଅବସରରେ ଚନ୍ଦ୍ରଯାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଜ୍ଞାନ ଶିକ୍ଷୟିତ୍ରୀ ନିଳୀମା ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚନ୍ଦ୍ରଯାନ ସମ୍ପର୍କିତ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ କନିଷ୍ଠ ବିଭାଗରେ ଆୟୁଷ ମହାନନ୍ଦ ପ୍ରଥମ, ସାଳୀନି ସା ଦ୍ୱିତୀୟ ଓ ସ୍ୱୟଂସିଦ୍ଧ ମିଶ୍ର ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ବରିଷ୍ଟ ବିଭାଗରେ ଛାତ୍ରୀ ପ୍ରାଚୀ ଭୋସାଗର ପ୍ରଥମ , ଅଶ୍ଳେଷା ମହାନନ୍ଦ ଦ୍ୱିତୀୟ, କାହ୍ନା ବାରିକ ଓ ଦେବାନନ୍ଦ ସର୍ଭାଙ୍ଗ ତୃତୀୟ ଯୁଗ୍ମ ବିଜେତା ଘୋଷିତ ହୋଇଥିଲେ । ଏହି ଅବସରରେ ୨୦୨୩ ମସିହା ଅଗଷ୍ଟ ମାସ ୨୩ ତାରିଖ ଚନ୍ଦ୍ରୟାନ -୩ ର ସଫଳ ଅବତରଣର ସଂକ୍ଷିପ୍ତ ଭିଡିଓ ପ୍ରଦର୍ଶିତ ହୋଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଜ୍ୟୋତି ବେହେରା ,ବବିତା ନାଏକ , ଦୀପିକା କୁଲୁ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିବା ବେଳେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published.

error: Content is protected !!