ପାଇକମାଳ : ପଶ୍ଚିମ ଓଡ଼ିଶାର ପବିତ୍ର ତୀର୍ଥ କ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ପୀଠରେ ଚଳିତ ବର୍ଷର ନୂଆଁଖାଇ ଲଗ୍ନ ନିର୍ଦ୍ଧାରିତ ହୋଇଛି । ମହାପ୍ରଭୁ ମାର୍ଜରକେଶରୀ ଙ୍କ ପୀଠରେ ନବାନ୍ନ ଭୋଗ ଅର୍ପଣ କରିବା ପାଇଁ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ପରିସରରେ ସ୍ଥାନୀୟ ପଣ୍ଡିତ ମହାସଭା ଓ ନୃସିଂହନାଥ ପ୍ରଶାସନ ଦ୍ୱାରା ଲଗ୍ନ ଧାର୍ଯ୍ୟ କରାଯାଇଛି । ଆସନ୍ତା ସେପଟେମ୍ବର ୮ ତାରିଖ ରବିବାର ସକାଳ ୯ ଟା ୯ ରୁ ୯ ଟା ୨୪ ମଧ୍ୟରେ ରୀତିନୀତି ଅନୁସାରେ ମହାପ୍ରଭୁ ମାର୍ଜର କେଶରୀ ଓ ପାର୍ଶ୍ୱ ଦେବାଦେବୀ ମାନଙ୍କ ନିକଟରେ ନବାନ୍ନ ଅର୍ପଣ କରାଯିବ । ଏ ନେଇ କୁଳ ପୁରୋହିତ ସୁନୀଲ ପୁରୋହିତ ଓ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ଟ୍ରଷ୍ଟ ବୋର୍ଡର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ସୂଚନା ଦେଇଛନ୍ତି ।

ନୂଆଁଖାଇ ଲଗ୍ନ ଧାର୍ଯ୍ୟ ଅବସରରେ ଶ୍ରୀ ଶ୍ରୀ ନୃସିଂହନାଥ ବ୍ରାହ୍ମଣ ସମାଜର ସଭାପତି ଗିରିଶ ଚନ୍ଦ୍ର ନାୟକ , ମାତୃପ୍ରସାଦ ରଥ , ଡିଗ୍ରୀଧର ଦେବତା , ରଙ୍କମଣି ଦେବତା, ପ୍ରେମାନନ୍ଦ ଦେବତା , ସତ୍ୟଭୂଷଣ ପୁରୋହିତ, ନୃସିଂହ ହୋତା, ସୁଜ୍ଞାନ୍ତ ତ୍ରିପାଠୀ ଓ ସୁବୋଧ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published.

error: Content is protected !!