ବରଗଡ଼ : ଗହ୍ନାପୂର୍ଣ୍ଣିମା ତିଥିରେ ସବୁଆଡେ ଉତ୍ସାହ ଉଦ୍ଦୀପନାର ସହ ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଯାଇଛି । ଏଇ ଅବସରରେ ବିଭିନ୍ନ ସ୍କୁଲ,କଲେଜ ତଥା ଶିକ୍ଷାନୁଷ୍ଠାନ ମାନଙ୍କରେ ରକ୍ଷାବନ୍ଧନ ଅନୁଷ୍ଠିତ ହୋଇଯାଇଥିବା ବେଳେ ଦିବ୍ୟାଙ୍ଗମାନଙ୍କ ହାତରେ ରାକ୍ଷୀ ବାନ୍ଧି ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ବରଗଡ଼ ଇନରହ୍ୱିଲ ସେଣ୍ଟ୍ରାଲ କ୍ଲବର ସଦସ୍ୟାମାନେ ।

କ୍ଲବର ସଭାନେତ୍ରୀ ଭାବନା ଅଗ୍ରୱାଲଙ୍କ ନେତୃତ୍ୱରେ ବରଗଡ଼ ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀଙ୍କୁ ରାକ୍ଷୀ ବାନ୍ଧିବା ସହ ଚକୋଲେଟ, ବିସ୍କୁଟ ଓ ମିଷ୍ଠାନ୍ନ ପ୍ରଦାନ କରିଥିଲେ । ଉପସଭାନେତ୍ରୀ ଗୀତାଞ୍ଜଳି ମେହେର, ସାଧାରଣ ସମ୍ପାଦିକା ଅଫସନା ଲୋଧିଆ, ସରିତା ସାହୁ, କିରଣ ସୁରୁଜାଲ ସମେତ ବହୁ ସଦସ୍ୟା ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

Leave a Reply

Your email address will not be published.

error: Content is protected !!