ପଦ୍ମପୁର : ସ୍ନେହ ଓ ସଦଭାବନାର ପର୍ବ ରକ୍ଷାବନ୍ଧନ ଉତ୍ସବ ପୁରପଲ୍ଲୀରେ ପାଳିତ ହୋଇଯାଇଛି । ଭାଇ ହାତରେ ଭଉଣୀ ସ୍ନେହର ସୂତ୍ର ରାକ୍ଷୀ ବାନ୍ଧିଛି ଆଜିର ଦିନରେ । ଅପରପକ୍ଷେ ପଦ୍ମପୁର ରେଞ୍ଜ ଦହିତା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଲେଦ୍ରାପାଲି ଗାଁର ବୁଢାଡଙ୍ଗର ସଂରକ୍ଷିତ ଜଙ୍ଗଲରେ ବନରକ୍ଷୀ ଲିଜି ମହାପାତ୍ରଙ୍କ ତତ୍ୱାବଧାନରେ ଏକ ନିଆରା ଢଙ୍ଗରେ ରକ୍ଷାବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସରପଞ୍ଚ ଦମୟନ୍ତୀ ପାଣ୍ଡେଙ୍କ ସମେତ ଲେଦ୍ରାପାଲି ଓ ଆମଦହନ ଗ୍ରାମର ବନସୁରକ୍ଷା ସମିତିର ସମସ୍ତ ସଦସ୍ୟ ସଦସ୍ୟା ତଥା ଗ୍ରାମବାସୀ ସାମିଲ ହୋଇ ରାକ୍ଷୀ ବାନ୍ଧି ଗଛର ସୁରକ୍ଷା ପାଇଁ ଶପଥ ନେଇଥିଲେ । ଏହି ରାକ୍ଷୀ ଜଙ୍ଗଲ ପ୍ରତି ଜନସାଧାରଣଙ୍କ ସ୍ନେହ ଏବଂ ଭଲପାଇବାକୁ ଦ୍ୱିଗୁଣିତ କରିବ ଏବଂ ଆମେ ଜଙ୍ଗଲକୁ ସଦାସର୍ବଦା ସୁରକ୍ଷିତ ରଖିବାକୁ ଶ୍ରେଷ୍ଠ କର୍ମ ଭାବେ ବିବେଚିତ କରିବା ବୋଲି ବନରକ୍ଷୀ ଲିଜି ମହାପାତ୍ର ମତବ୍ୟକ୍ତ କରିଥିଲେ । ଏ ଅବସରରେ ସମସ୍ତ ଗ୍ରାମବାସୀ ପ୍ରତ୍ୟେକ ଗଛରେ ରାକ୍ଷୀ ବାନ୍ଧି ତାର ସୁରକ୍ଷା ନେଇ ଶପଥ ନେଇଥିଲେ ।

Leave a Reply

Your email address will not be published.

error: Content is protected !!