ବରଗଡ଼ :  ବରଗଡ଼ ଜିଲ୍ଳା ଅତାବିରା ଠାରେ ସୋନାଲିକା ଟ୍ରାକ୍ଟରର ଟାଇଗର ଲଞ୍ଚିଂ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । କଂପାନୀର ମୁଖ୍ୟ କାର୍ଯ୍ୟାଳୟରୁ ପ୍ରୋଜେକ୍ଟ ହେଡ ବିବେକ ବାଜପେୟୀ ଯୋଗଦେଇ ସୋନାଲିକା ଟ୍ରାକ୍ଟର ଚାଷୀମାନଙ୍କ ପାଇଁ ବେଶ ଫଳପ୍ରଦ ହୋଇପାରିବ ବୋଲି କହିଥିଲେ । ସେହିପରି ଏରିଆ ମେନେଜେର ଚିତ୍ତରଞ୍ଜନ ଦାସ ଓ କଷ୍ଟମର କେୟାର ମେନେଜର କୃପାସିନ୍ଧୁ ପଣ୍ଡା ସୋନାଲିକା ଟ୍ରାକ୍ଟର ବିଷୟରେ ବିଶଦ ସୂଚନା ଦେଇଥିଲେ ।

ସୋନାଲିକା ଟ୍ରାକ୍ଟର ଅଧିକୃତ ବିକ୍ରେତା ୟୁ ସାଇବାବୁଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଅବସରରେ ୧୫ ଜଣ ଚାଷୀଙ୍କୁ ଟ୍ରାକ୍ଟର ଡେଲିଭେରୀ ଦିଆଯାଇଥିଲା । ଏ ଅବସରରେ ବିଭିନ୍ନ ପ୍ରାନ୍ତରୁ ହଜାରେରୁ ଉର୍ଦ୍ଧ୍ୱ ଚାଷୀ ସାମିଲ ହୋଇଥିଲେ ।

Leave a Reply

Your email address will not be published.

error: Content is protected !!