ବରଗଡ଼ : ସୋନାଲିକା ଟ୍ରାକ୍ଟରର ଅଧିକୃତ ବିକ୍ରେତା ବରଗଡ଼ର ଶ୍ୟାମଲା ଏଜେନସି ତରଫରୁ ପଦ୍ମପୁର ସୋ ରୁମଠାରେ ସୋନାଲିକା ଟାଇଗର ଟ୍ରାକ୍ଟରର ଲଞ୍ଚିଙ୍ଗ ପ୍ରୋମୋସନ ଅନୁଷ୍ଠିତ ହୋଇଯାଇଛି । ଶ୍ୟାମଲା ଏଜେନସିର ସତ୍ୱାଧିକାରୀ ୟୁ ସାଇବାବୁ ଏବଂ ୟୁ ସମୁନଦର ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭୁଲକ୍ଷ୍ମୀ ସିଡସର ପରିଚାଳକ ନିର୍ଦ୍ଦେଶକ ଏମ ଶ୍ରୀନିବାସ ରାଓ , ବଲାଙ୍ଗୀର ଡିଲର ରାଜେଶ ଦାଶ ଅତିଥି ଭାବରେ ଯୋଗଦେଇଥିଲେ । ଏ କାର୍ଯ୍ୟକ୍ରମରେ ୫ ଶହରୁ ଉର୍ଦ୍ଧ୍ୱ ଗ୍ରାହକ ସାମିଲ ହୋଇଥିବା ବେଳେ ୧୦ ଟି ନୂତନ ଗ୍ରାହକଙ୍କୁ ଟ୍ରାକ୍ଟର ପ୍ରଦାନ କରାଯାଇଥିଲା । ସେହିପରି ୫୦ ରୁ ଉର୍ଦ୍ଧ୍ୱ ଟ୍ରାକ୍ଟରର ଫ୍ରି ସର୍ଭିସ ମଧ୍ୟ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ କଂପାନୀର ଜୋନାଲ ସେଲ ମୁଖ୍ୟ ବିବେକ ବାଜପେୟୀ , ଜୋନାଲ ସର୍ଭିସ ମୁଖ୍ୟ ସୁଭାସିଷ ପାଲ ସୋନାଲିକା ଟାଇଗର ଉପରେ ସୂଚନା ପ୍ରଦାନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଦୁଷ୍ମନ୍ତ ସାହୁ ପରିଚାଳନା କରିଥିଲେ