ବରଗଡ଼ : ବରଗଡ଼ରୁ ୧୦୧ ଝଣ୍ଡା ଧରି ଭଟଲି ଯାତ୍ରା କରି ଚର୍ଚ୍ଚାର ପରିଥିକୁ ଆସିଛନ୍ତି ଶ୍ୟାମ ଭକ୍ତ ଆକାଶ ଅଗ୍ରୱାଲ । କାର୍ତ୍ତିକ ଶୁକ୍ଳପକ୍ଷ ଏକାଦଶୀ ତିଥି ପ୍ରଭୁ ଶ୍ୟାମ ବାବାଙ୍କ ଜନ୍ମତିଥି ଅବସରରେ ଶ୍ୟାମ ଭକ୍ତ ଆକାଶ ବରଗଡ଼ ରୁ ଭଟଲି ୧୮ କିଲୋମିଟର ପର୍ଯ୍ୟନ୍ତ ୧୦୧ ଝଣ୍ଡା ଧରି ଚାଲି ଚାଲି ଯିବା ସହ ଶ୍ୟାମ ବାବାଙ୍କୁ ଅର୍ପଣ କରିଥିଲେ । ସୂଚନା ଯୋଗ୍ୟ ଯେ ବରଗଡ଼ ଜିଲ୍ଲା ଭଟଲି ଠାରେ ରାଜସ୍ଥାନର ଖାଟୁ ପରେ ବାବା ଶ୍ୟାମ ଦ୍ୱିତୀୟ ମନ୍ଦିର ରହିଛି । ପ୍ରତ୍ୟେକ ବର୍ଷ କାର୍ତ୍ତିକ ଶୁକ୍ଳପକ୍ଷ ଏକାଦଶୀ ଦିନ ବାବା ଶ୍ୟାମଙ୍କ ଜନ୍ମ ମହୋତ୍ସବ ଧୂମ ଧାମ ରେ ପାଳନ ହୋଇଥାଏ ।

ଭାରତର ଅନେକ ପ୍ରାନ୍ତରୁ ଶ୍ୟାମ ଭକ୍ତ ମାନେ ଆଶି ବରଗଡ଼ରେ ଏକତ୍ରିତ ହୁଅନ୍ତି ତାର ପୂର୍ବ ଦିନ ଭୋଜନ କୀର୍ତନର ଆସର ଚାଲିଥାଏ ଓ ପରବର୍ତ୍ତି ଦିନ ଭୋରରୁ ଝଣ୍ଡା ନେଇ ଶ୍ୟାମ ଭକ୍ତ ମାନେ ବରଗଡରୁ ଭଟଲି ଦୀର୍ଘ ୧୮ କିଲୋମିଟର ପର୍ଯ୍ୟନ୍ତ ଚାଲି ଚାଲି ଯାଇଥାନ୍ତି । ଏହି ପଦଯାତ୍ରାରେ ଛୁଆଠାରୁ ନେଇ ବୃଦ୍ଧା ପର୍ଯ୍ୟନ୍ତ ଉଭୟ ମହିଳା ପୁରୁଷ ସାମିଲ ରହୁଥିବା ବେଳେ ଚଳିତ ବର୍ଷ ଏକ ନିଆରା କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲା ବରଗଡରୁ ହେପି ଗ୍ରୁପର ଜଣେ ସଦସ୍ୟ ଶ୍ୟାମ ଭକ୍ତ ଆକାଶ ଅଗ୍ରୱାଲ ବାବାଙ୍କ ଶ୍ରଦ୍ଧାରେ ୧୦୧ ଗୋଟି ଝଣ୍ଡା ଏକାକୀ ବୋହି ବରଗଡ଼ରୁ ଭଟଲି ପଦଯାତ୍ରା କରି ପହଞ୍ଚିଥିଲେ । ପୂର୍ବରୁ ୨୧ ଓ ୫୧ ଟି ଝଣ୍ଡା ଏକାକୀ ନେଇ ପଦଯାତ୍ରା କରିଥିବା ନଜିର ରହିଥିବା ବେଳେ ଚଳିତ ବର୍ଷ ପ୍ରଥମ କରି ଜଣେ ଭକ୍ତଙ୍କ ଦ୍ୱାରା ୧୦୧ ଟି ଝଣ୍ଡା ବାବାଙ୍କ ଶ୍ରଦ୍ଧାରେ ସମର୍ପିତ କରିଥିବାରୁ ବର୍ତମାନ ଚାରିଆଡେ ଚର୍ଚ୍ଚାର ବିଷୟ ସାଜିଛି ।

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar