ବରଗଡ଼ : ନିଜ ଜୀବନରେ ସଫଳତା ପାଇବାକୁ ହେଲେ ସକରାତ୍ମକତା ମନୋଭାବ ସହ ସଂଘର୍ଷ କରିବାକୁ ପଡିବ ବୋଲି ଇମ୍ପରିୟଲ କଲେଜଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବିଧୁଭୂଷଣ ମିଶ୍ର ପ୍ରକାଶ କରିଛନ୍ତି । ବିଦ୍ୟାବିହାର ସ୍ଥିତ ଇମ୍ପରିୟଲ କଲେଜ ସଭାଗୃହଠାରେ ଗୁରୁମନ୍ତ୍ର ଶୀର୍ଷକ ଆଲୋଚନାଚକ୍ରରେ ମୁଖ୍ୟବକ୍ତା ଭାବରେ ଯୋଗଦେଇ ଶ୍ରୀ ମିଶ୍ର ନିଜ ଜୀବନର ଅନେକ କାହାଣୀ ପିଲାମାନଙ୍କୁ କହିଥିଲେ । ଛାତ୍ର ଜୀବନରେ କିପରି ସଫଳତା ପାଇବାକୁ ହେଲେ ସକରାତ୍ମକ ମନୋଭାବ ସହ ସଂଘର୍ଷ ଜାରି ରଖିବାକୁ ହୁଏ ଏହି ମନ୍ତ୍ର ସେ ପିଲାମାନଙ୍କୁ ବତାଇଥିଲେ । ଇମ୍ପରିୟଲ କଲେଜର ଚେୟାରମେନ ଦିପକ ଗୋୟଲଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମକୁ ଅଧ୍ୟକ୍ଷ ଦୁର୍ଗେଶ ଶତପଥୀ ପରିଚାଳନା କରିଥିଲେ ।

Leave a Reply

Your email address will not be published.

error: Content is protected !!
This is default text for notification bar
This is default text for notification bar