ବରଗଡ଼ : ବିଦ୍ୟାବିହାର ସ୍ଥିତ ଇମ୍ପରିୟଲ କଲେଜଠାରେ କେନ୍ଦ୍ର ସରକାରଙ୍କର ସଂସଦୀୟ ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀ ଅନୁସାରେ ଯୁବ ସଂସଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଲେଜର ଚେୟାରମେନ ଦିପକ ଗୋୟଲ ଓ ଅଧ୍ୟକ୍ଷ ଦୁର୍ଗେଶ ଶତପଥୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜନୀତି ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମକୁ ଛାତ୍ରୀ ମୀନାକ୍ଷୀ ଭୋଇ ପରିଚାଳନା କରିଥିବା ବେଳେ ଶିଖା ମେହେର ବାଚସ୍ପତି ଦାୟିତ୍ୱ ତୁଲାଇଥିଲେ । ଅମ୍ଲାନ ମେହେର ଲୋକସଭାର ସେକ୍ରେଟେରୀ ଜେନେରାଲ ଭୂମିକାରେ ଅବତୀର୍ଣ୍ଣ ହୋଇ ସାଂସଦ ମାନଙ୍କୁ ଶପଥପାଠ କରାଇଥିଲେ । ନିଧି ଅଗ୍ରୱାଲ ସଂଖ୍ୟାଗରିଷ୍ଠ ଦଳର ନେତା ଭୂମିକାରେ ଦେଶର ବିଭିନ୍ନ ସଫଳତା ବଖାଣିଥିଲେ । ସେହିପରି ବିଜୟ ମେହର ବିରୋଧୀ ଦଳ ନେତା ଭୂମିକାରେ ସରକାରୀ ଦଳକୁ ସମାଲୋଚନା କରିଥିଲେ । 

ଏହି କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ଡ.ପ୍ରଭାସ ସିଂ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କର ଏହି ସଂସଦୀୟ ଭୂମିକା ଉପରେ ନିଜସ୍ୱ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ୧୬ ତମ ଲୋକସଭାର ସାଂସଦ ଭାବରେ ସେ ତାଙ୍କର ଦୀର୍ଘ ଅଭିଜ୍ଞତା ଛାତ୍ରଛାତ୍ରୀମାନଙ୍କ ସହ ମତବିନିମୟ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ସେ ଏକ ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମରେ ମଧ୍ୟ ଭାଗ ନେଇଥିଲେ । କାର୍ଯ୍ୟକ୍ରମକୁ ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପିକା ଯାଜ୍ଞସେନୀ ଜେନା , ରିଚା ଶର୍ମା ଓ ଅଧ୍ୟାପକ ଅଭିଷେକ ଦୁଆନ ପ୍ରସ୍ତୁତ କରିବାରେ ସହାୟତା ପ୍ରଦାନ କରିଥିଲେ ।

Leave a Reply

Your email address will not be published.

error: Content is protected !!
This is default text for notification bar
This is default text for notification bar