ବରଗଡ଼ : ଇମ୍ପରିୟଲ କଲେଜ ଚାଣକ୍ୟ ସଭାଗୃହଠାରେ ଜାପାନର ଶିକ୍ଷା ବ୍ୟବସ୍ଥା ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥିମାନଙ୍କୁ ସ୍ୱାଗତ କରି ଅଭିପ୍‌ସା ପତି ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଟିଟିଲାଗଡ କେସିଙ୍ଗା ରାସ୍ତାରେ ସୁଧମା ପାଠାଶାଳା ପ୍ରତିଷ୍ଠା କରିଥିବା ମେଟା ନନ୍ଦ ଅତିଥିମାନଙ୍କ ବିଷୟରେ ସୂଚନା ଦେଇଥିଲେ । ଜାପାନରୁ ଆସିଥିବା ଇଞ୍ଜିନିୟର ସିନ୍‌ସୋ ବୁକୁକାବା ଜାପାନର ୨ ହଜାର ବର୍ଷର ଶିକ୍ଷା ବ୍ୟବସ୍ଥା ଉପରେ ଏକ ବିଶଦ ଚିତ୍ର ପ୍ରଦାନ କରିଥିଲେ । ବିଶ୍ୱ ଯୁଦ୍ଧରେ ଆଣବିକ ବୋମା ଯୋଗୁଁ ଧ୍ୱଂସ ପାଇଥିବା ଜାପାନ ପୁଣି ନିଜ ଶିକ୍ଷା ବ୍ୟବସ୍ଥାକୁ ଉନ୍ନତ କରି ପୃଥିବୀର ଏକ ସମୃଦ୍ଧ ରାଷ୍ଟ୍ର ହୋଇ ପାରିଥିଲା ତାହା ବିଭିନ୍ନ ଉଦାହରଣ ଦେଇ ବର୍ଣ୍ଣନା କରିଥିଲେ ।

ଅନ୍ୟତମ ଅତିଥି ତଥା ଜାପାନରୁ ଆସିଥିବା ବୌଦ୍ଧଭିକ୍ଷୁ ହିରୋସି ମୋରିସିତା ଜାପାନୀ ଭାଷାରେ ଉଦବୋଧନ ଦେଇଥିବା ବେଳେ ମେଟା ନନ୍ଦ ଏହାକୁ ଅନୁବାଦ କରି ପିଲାଙ୍କୁ ବୁଝାଇଥିଲେ । ଜାପାନର ଜୀବନ ଶୈଳୀରେ ଲୋକେ କିପରି ଅଧିକ ଆୟୁ ସହିତ ଖୁସିର ସହିତ ବଞ୍ଚୁଛନ୍ତି ଏହାର ବିଭିନ୍ନ ଦିଗ ସେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଦେଇଥିଲେ । ଇମ୍ପରିୟଲ କଲେଜ ପକ୍ଷରୁ ଚେୟାରମେନ ଦିପକ ଗୋୟଲ ମେଟା ନନ୍ଦ ଙ୍କୁ ତାଙ୍କର ଅନୁଷ୍ଠାନ ପାଇଁ ବସୁନ୍ଧରା ଫଟୋ ଚିତ୍ର ପ୍ରଦାନ କରିଥିଲେ । କଲେଜର ଅଧ୍ୟକ୍ଷ ଦୁର୍ଗେଶ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ । କଲେଜର ଛାତ୍ରୀମାନେ ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।

Leave a Reply

Your email address will not be published.

error: Content is protected !!
This is default text for notification bar
This is default text for notification bar