ବରଗଡ : ସ୍ଥାନୀୟ ନିଶାମଣୀ ହାଇସ୍କୁଲଠାରେ ଗଣେଷ ପୂଜା ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏକ ଅଭିନବ ଉଦ୍ୟମ ଆରମ୍ଭ ହୋଇଛି । ଚଳିତ ବର୍ଷ ଗଣେଷ ପୂଜା ପୂର୍ବରୁ ଏହି ସ୍କୁଲରେ ପଢ଼ୁଥିବା ଦଶମ ଶ୍ରେଣୀର ଛାତ୍ରମାନେ ମୂର୍ତ୍ତି ତିଆରିରେ ଲାଗୁଥିବା ସମଗ୍ର ସାମଗ୍ରୀ ଓ ରଙ୍ଗ ସଂଗ୍ରହ କରି ନିଜେ ଗଣେଷ ମୂତ୍ତି ତିଆରି କରିଥିଲେ ଏବଂ ଗଣେଷ ପୂଜା ଅବସରରେ ସ୍କୁଲରେ ଅନୁଷ୍ଠିତ ଆନୁଷ୍ଠାନିକ ପୂଜାରେ ଏହି ମୂର୍ତ୍ତି ସ୍ଥାନ ପାଇଥିଲା । ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ସଂଗୀତା ରଥଙ୍କ ସୂଚନା ଅନୁସାରେ ଏହା ପୂର୍ବରୁ ସ୍କୁଲର ପ୍ରାଚୀର ପତ୍ରିକା ସମ୍ଭାବନାରେ ୧୨ ଜଣ ଛାତ୍ରଛାତ୍ରୀ ଗଣେଷ ଚିତ୍ର ଅଙ୍କନ କରି ଏହାକୁ ପ୍ରଦର୍ଶିତ କରାଯାଇଥିଲା । ସ୍କୁଲର ଏହି ଅଭିନବ ଉଦ୍ୟମ ପାଇଁ ଅନେକ ପୁରାତନ ଛାତ୍ରଛାତ୍ରୀ ପ୍ରଧାନଶିକ୍ଷୟିିତ୍ରୀ ଓ ପିଲାମାନଙ୍କୁ ସ୍କୁଲ ପରିଦର୍ଶନ କରି ଅଭିନନ୍ଦନ ଜଣାଇଥିଲେ ।

Leave a Reply

Your email address will not be published.

error: Content is protected !!