ବରଗଡ: ବଚପନ ପ୍ଳେ ସ୍କୁଲ ପକ୍ଷରୁ ଗାନ୍ଧୀ ସ୍ମୃତି ପାଠାଗାର ସଭାଗୃହଠାରେ ସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କ ଅଜା ଆଈ ମାନଙ୍କୁ ନେଇ ଏକ ଉତ୍ସବ ପାଳନ କରାଯାଇଥିଲା । ସ୍କୁଲର ଚେୟାରମେନ ସଂଜୟ ବର୍ମନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆନ୍ତର୍ଜାତିୟ ମାନ୍ୟତାପ୍ରାପ୍ତ ପ୍ରଶିକ୍ଷକ ଜୟପ୍ରକାଶ ଶତପଥୀ ମୁଖ୍ୟଅତିଥି ଭାବରେ ଯୋଗଦେଇଥିଲେ । ବର୍ତ୍ତମାନର ମୋବାଇଲ ଯୁଗରେ ପିଲାମାନେ ଅଜା ଆଈମାନଙ୍କ ଠାରୁ ଶିକ୍ଷଣୀୟ ବିଷୟଗୁଡିକ ପାଇବାରୁ ବଞ୍ଚିତ ହେଉଥିବାରୁ ପୁଣି ଏହି ପରମ୍ପରାକୁ ପୁନଃଜୀବିତ କରିବା ପାଇଁ ଉପଦେଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ନିର୍ଦ୍ଦେଶକ ସଂଗୀତା ଚାନ୍ଦ , ସୁମନ୍ତ ଆଚାର୍ଯ୍ୟ , ଶିକ୍ଷକ ନମ୍ରତା ଭୋଇ, ମିନାକ୍ଷୀ ସୁହୁଲା, ଶୈଳରାଣୀ ପଣ୍ଡା ଏବଂ ସରସ୍ୱତୀ ମେହେର ଉପସ୍ଥିତ ଥିଲେ ।

Leave a Reply

Your email address will not be published.

error: Content is protected !!
This is default text for notification bar
This is default text for notification bar