ବରଗଡ଼ : ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ଅନ୍ତର୍ଗତ ନିଶାମଣି ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ପୁରାତନ ଛାତ୍ରଛାତ୍ରୀଙ୍କ ଦ୍ୱାରା କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ପର୍ବ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷୟିତ୍ରୀ ଡକ୍ଟର ସଂଗୀତା ରଥଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷକ ମନୋହର ସାହୁ ସ୍ୱାଗତ ଭାଷଣ ଦେଇଥିଲେ । ଅନୁଷ୍ଠିତ ସଭାରେ ବିଦ୍ୟାଳୟକୁ ପୋଷ୍ୟ ଭାବରେ ଗ୍ରହଣ କରିଥିବା ଆନ୍ତର୍ଜାତୀୟ ମାନ୍ୟତାପ୍ରାପ୍ତ ପ୍ରଶିକ୍ଷକ ଜୟପ୍ରକାଶ ଶତପଥୀ ଓ ଅବସରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ତେରେସ୍କୋଭା ଦାଶ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଲଳିତ ବାସନ୍ତୀ ପୁରସ୍କାର ସଂପର୍କରେ ରୋଜାଲିନ ମିଶ୍ର ସୂଚନା ଦେଇଥିଲେ । କାର୍ଯ୍ୟକ୍ରମରେ ୨୦୨୩ ମେଟ୍ରିକ ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ପମି ସିକା, ସ୍ମୃତି ବେହେରା , ସାଇନା ଧଳ, ଅଙ୍କିତା ନାଏକ ଓ ସୁମିତ କୁମାର ଭୋଇଙ୍କୁ ପୁସ୍ତକ କ୍ରୟ ନିମନ୍ତେ ବୁକ୍ କୁପନ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ପୁରାତନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଶିଷ୍ଟ ବ୍ୟବସାୟୀ ପ୍ରଦ୍ୟୁମ୍ନ ସାମଲ (ବାବୁ) , ଅବସରପ୍ରାପ୍ତ ସୈନିକ ଶିଶୁପାଲ ପ୍ରଧାନ, ଅବସରପ୍ରାପ୍ତ ସମବାୟ ଅଧିକାରୀ ନବକିଶୋର ଦାଶ, ପ୍ରସାରଭାରତୀର ପ୍ରଫୁଲ୍ଳ ନନ୍ଦ ଉପସ୍ଥିତ ରହି ପୁରସ୍କାର ବଣ୍ଟନ କରିଥିଲେ । ଶେଷରେ ସଞ୍ଜୁରାଣୀ ଦେବତା ଧନ୍ୟବାଦ ଅର୍ପଣ କରିଥିଲେ । ସଭା ପୂର୍ବରୁ ଅତିଥିମାନେ ବୃକ୍ଷରୋପଣ କରିଥିଲେ ।