ବରଗଡ : ବିଶ୍ଵ ପ୍ରସିଦ୍ଧ ବରଗଡ ଧନୁଯାତ୍ରା ମହୋତ୍ସବର ଆରମ୍ଭ ଆଉ ମାତ୍ର ଦୁଇ ଦିନ ଥିବା ବେଳେ ଆଜି ଧନୁଯାତ୍ରା ପ୍ରଚାର ପ୍ରସାର କମିଟି ତରଫରୁ ରଙ୍ଗୋଲି ମହୋତ୍ସବର ଆୟୋଜନ କରାଯାଇ ଥିଲା।ବରଗଡ ମହିଳା ମହାବିଦ୍ୟାଳୟ ସମ୍ମୁଖରେ ଧନୁଯାତ୍ରାର ବିଷୟ ବସ୍ତୁ ନେଇ ଆୟୋଜିତ ହୋଇଥିବା ଏହି ରଙ୍ଗୋଲି କାର୍ଯ୍ୟକ୍ରମରେ ପ୍ରତିଯୋଗୀ ମାନେ ୨୦ ଫୁଟ /  ୨୦ ଫୁଟ ପରିମିତ ରେଖାଙ୍କିତ ଅଞ୍ଚାଲରେ ଗୋଲାକାର ଚିତ୍ର ଆଙ୍କିଥିଲେ , ଯାହାର ମଧ୍ୟ ଭାଗରେ ଧନୁଯାତ୍ରା ସମ୍ବନ୍ଧିତ ପ୍ରତୀକାତ୍ମକ ଫଟୋ ରହିଛି। ପ୍ରାୟ ୩୬ ଟି ଅନୁଷ୍ଠାନ ର ୩୬୧ ଜଣ ଚିତ୍ର ଶିଳ୍ପୀ ପ୍ରାୟ ପାଞ୍ଚ ଘଣ୍ଟା ର ପରିଶ୍ରମ ରେ ଏକ ୨୦ ଫୁଟ ଚଉଡ଼ା ଓ ପ୍ରାୟ ୩୬୦ ଫୁଟ ଲମ୍ବ ର ଗୋଟିଏ ସମାନ ଚିତ୍ରାଙ୍କନ ଆଙ୍କିଥିଲେ। ଏହା ଧନୁଯାତ୍ରା ର ବିଷୟବସ୍ତୁ ଏକ ରଙ୍ଗୀନ କାନଭାସ ରେ ଗଢି ତୋଳିଲା ଭଳି ଲାଗୁଥିଲା। ଏହି କାର୍ଯ୍ୟକ୍ରମ ରେ ପ୍ରାୟ ୧୪ ପ୍ରକାର ରଙ୍ଗ ର ବ୍ୟବହାର ହୋଇ ୯୭୫ କିଲୋଗ୍ରାମ ଓଜନ ର ରଙ୍ଗ ବ୍ୟବହୃତ ହୋଇଥିଲା।
ସେହିଭଳି ମହିଳା ମହାବିଦ୍ୟାଳୟ ପରିସରରେ ଧନୁଯାତ୍ରା ପ୍ରଚାର ପ୍ରସାର କମିଟି ତରଫରୁ ଆୟୋଜିତ ଚିତ୍ରାଙ୍କନ ପ୍ରତିଯୋଗିତା ରେ ପ୍ରାୟ ୧୨୦ ଜଣ ଜୁନିୟର ଓ ସିନିଅର ଅର୍ଟିଷ୍ଟ ମାନଙ୍କୁ ନେଇ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଧନୁଯାତ୍ରା ର ବିଷୟ ବସ୍ତୁ କୁ ନେଇ ଆୟୋଜିତ ଏହି ଚିତ୍ରାଙ୍କନ ପ୍ରତିଯୋଗିତାରେ ଭାଗ ନେଇ ସମସ୍ତେ ରଙ୍ଗତୋଳି ରେ ଅତି ଚମତ୍କାର ଚିତ୍ରାଙ୍କନ ଅଙ୍କିଥିଲେ।

ଏହି ପ୍ରତିଯୋଗିତା ରେ ଉଭୟ ଜୁନିୟର ଓ ସିନିୟର୍ ବିଭାଗରେ ପୁରସ୍କୃତ କରାଯିବ। ଧନୁଯାତ୍ରା ମହୋତ୍ସବ ସମୟରେ ମଞ୍ଚ ଉପରେ ସମସ୍ତ ବିଜେତା ଙ୍କୁ ପୁରସ୍କୃତ କରାଯିବାର କାର୍ଯ୍ୟକ୍ରମ ରହିଛି।

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar