ବରଗଡ :  ଡିସେମ୍ବର ମାସ ୨୭ ତାରିଖରେ ବରଗଡର ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ ଉଦଘାଟିତ ହେବାକୁ ଯାଉଛି। ଚଳିତ ବର୍ଷ ଧନୁଯାତ୍ରା ର ୭୫ ବର୍ଷ ପୂର୍ତ୍ତି ହୀରକ ଜୟନ୍ତୀ ପାଳନ କରିବାକୁ ଯାଉଥିବା ଅବସରରେ ବରଗଡ ଧନୁଯାତ୍ରା ମହୋତ୍ସବ ସମିତି  ଓ ପ୍ରଚାର ପ୍ରସାର କମିଟି ର ନିଷ୍ପତି କ୍ରମେ , ଆଜି ପୁରୀ ବେଳାଭୂମି ର ବଳିଆ ପଣ୍ଡା ବିଚ୍ (ହୋଟେଲ କୋ କୋ ପାମ  ସମ୍ମୁଖ) ରେ ଧନୁଯାତ୍ରା ମହୋତ୍ସବ ସମିତି ଓ ପ୍ରଚାର ପ୍ରସାର କମିଟି ପକ୍ଷରୁ ଓଡ଼ିଶା ର ସୁନାମଧନ୍ୟ   ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦାମ ପ୍ରଧାନ ଏକ ବୃହତ୍ ବାଲୁକା ଶିଳ୍ପ କଳା ପ୍ରଦର୍ଶନ କରିଛନ୍ତି। ସେ ଏହି ବାଲୁକା ଶିଳ୍ପ କଳା ପାଇଁ ୧୫୦ ଟନ ବାଲି ବ୍ୟବହାର କରିଥିବା ବେଳେ ଏହାକୁ ସମ୍ପୂର୍ଣ୍ଣ କରିବାକୁ ପାଖାପାଖି ୧୦ ଘଣ୍ଟା ସମୟ ନେଇଛନ୍ତି । ଏହା ୩୦ ଫୁଟ ଲମ୍ବ ଓ ୮ ଫୁଟ ଉଚ୍ଚତା ବିଶିଷ୍ଟ ବାଲୁକା ଶିଳ୍ପ କଳା ଅଟେ। ବରଗଡ ର ଧନୁଯାତ୍ରା ମହୋତ୍ସବ ବିଶ୍ଵ ର ସର୍ବ ବୃହତ୍ ଖୋଲା ରଙ୍ଗମଞ୍ଚ ହୋଇଥିବା ବେଳେ ତାର ପ୍ରଚାର ପ୍ରସାର ପାଇଁ  ଏବଂ ଧନୁଯାତ୍ରା ମହୋତ୍ସବ କୁ ସମସ୍ତଙ୍କୁ ଦେଖି ଆସିବାକୁ ନିମନ୍ତ୍ରଣ ଦେବା ପାଇଁ ଏହି ବାଲୁକା କଳା ଟି ସମର୍ପିତ କରୁଛି ବୋଲି କହିଛନ୍ତି ବାଲୁକା ଶିଳ୍ପୀ ସୁଦାମ।

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar