ବରଗଡ଼ : ବରଗଡ଼ ସହରରେ ପ୍ରଥମ ଥର ପାଇଁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଉଦ୍ୟୋଗୀ ହେବାର ଉତ୍ସାହ ବୃଦ୍ଧି କରିବାକୁ ଇମ୍ପରିୟଲ କଲେଜଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ବିଜିନେସ ବାଜିଗର’ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସହରର ବିଭିନ୍ନ ଅନୁଷ୍ଠାନରେ ବାଣିଜ୍ୟ ଶିକ୍ଷା ଲାଭ କରୁଥିବା ଛାତ୍ରଛାତ୍ରୀମାନେ ଦଳଗତ ଭାବେ ଭାଗ ନେଇଥିଲେ । ବିଭିନ୍ନ୍ ରାଉଣ୍ଡରେ ଏଥିରେ ଛାତ୍ରଛାତ୍ରୀମାନଙ୍କ ବ୍ୟବସାୟିକ କୌଶଳର ପରୀକ୍ଷା କରାଯାଇଥିଲା । ଚୂଡାନ୍ତ ପ୍ରତିଯୋଗିତାରେ ମହିଳା ମହାବିଦ୍ୟାଳୟର ଦଳ ବିଜୟୀ ହୋଇଥିବା ବେଳେ ପଚାଂୟତ ମହାବିଦ୍ୟାଳୟ ରନର୍ସ ଅପ ପୁରସ୍କାର ପାଇଥିଲା । ମହିଳା ମହାବିଦ୍ୟାଳୟକୁ ହେମାଙ୍ଗିନୀ ପ୍ରଧାନ , ତପସ୍ୱିନୀ ରଥ, ଅଦିତି ନାରାୟଣୀ , ସାଚୀ ପାଢ଼ୀ ଓ ଖୁସି ଶର୍ମା ପ୍ରତିନିଧିତ୍ୱ କରିଥିବା ବେଳେ ପଚାଂୟତ କଲେଜକୁ ଅମିତ ଭୋଇ, ରାଜେଶ ଦୀପ , ଅମରଜିତ ସିଂ, ଅର୍ଚ୍ଚିତା ମେହେର , ଦେବସ୍ମିତା ଦାଶ ପ୍ରତିନିଧିତ୍ୱ କରିଥିଲେ । ବିଜେତା ଓ ଉପବିଜେତା ଦଳକୁ ନଗଦ ରାଶି ସହ ଟ୍ରଫି ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମକୁ କଲେଜର ଚେୟାରମେନ ଦିପକ ଗୋୟଲଙ୍କ ତତ୍ୱାବଧାନରେ ଅଧ୍ୟକ୍ଷ ଦୁର୍ଗେଶ ଶତପଥୀ ଓ ଅନ୍ୟ ଅଧ୍ୟାପକ ଅଧ୍ୟାପିକାମାନେ ପରିଚାଳନା କରିଥିଲେ । ଅଧ୍ୟାପିକା ଝରଣା ମିଶ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଟାଇଟଲ ଆଏ ପ୍ଳସ ଓ ଜାଗୁଆର ଦ୍ୱାରା ପ୍ରୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍କୁଲ କଲେଜରୁ ବହୁ ବାଣିଜ୍ୟ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ସେମାନଙ୍କ ପ୍ରତିନିଧି ଭାବରେ ବିବେକ ଅଗ୍ରୱାଲ ଓ ସୁରେଶ ଅଗ୍ରୱାଲ ଯୋଗଦେଇଥିଲେ ।