ଝାରବନ୍ଧ : ବୋଡାସମ୍ବର ମାଟିର ଦ୍ବିତୀୟ ତୀର୍ଥକ୍ଷେତ୍ର ଦେବଦର୍ହାର ବିକାଶ ପାଇଁ ପ୍ରଶାସନିକ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ୧୯୨୯ରୁ ନିର୍ମିତ ବାବା ଧବଲେଶ୍ବର ମନ୍ଦିର ଝାଞ୍ଜ ପାହାଡ ଶୀର୍ଷରେ ନିର୍ମିତ,ତାର ପାଦଦେଶରେ ସୁରଙ୍ଗୀ ନଦୀ ପ୍ରବାହିତ ହେଉଛି।
ଝାଞ୍ଜ ପାହାଡର ଅପର ପାର୍ଶ୍ବ ଛତିଶଗଡ ରାଜ୍ୟ ।ତେଣୁ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଏହି ଶୈବପୀଠକୁ ଓଡିଶା ଛତିଶଗଡ ରାଜ୍ୟରୁ ହଜାର ହଜାର ଭକ୍ତ ଆସିଥାନ୍ତି।ଶିବରାତ୍ରି,ମକର ସଂକ୍ରାନ୍ତି ଓ ଅନ୍ୟାନ୍ୟ ପର୍ବ ପର୍ବାଣୀରେ ବହୁତ ଭକ୍ତ ସମାଗମ ହୋଇଥାନ୍ତି।
କିଛି ଦିନ ପୂର୍ବରୁ ସରକାର ନୃସିଂହନାଥ ଓ ଦେବଦର୍ହାର ବିକାଶ ପାଇଁ ୨୬ କୋଟି ଅର୍ଥ ମଞ୍ଜୁର କରିଥିଲେ।ମନ୍ଦିର ପରିବେଶର ସୌନ୍ଦର୍ଯ୍ୟକରଣ,ଶୌଚାଳୟ,ରାସ୍ତା,ଦୋକାନ କେବିନ,ବିଶ୍ରାମ ସ୍ଥଳୀର ମରାମତି,ଲାଇଟ ବ୍ୟବସ୍ଥା ଆଦି କରିବାକୁ ସ୍ଥାନ ନିରୁପଣ କରାଯାଇଛି ।  ଦେବଦର୍ହାର ସୌନ୍ଦର୍ଯ୍ୟକରଣରେ ସରକାର ପଦକ୍ଷେପ ନେଇଥିବାରୁ ଅଂଚଳରେ ଖୁସିର ବାତାବରଣ ଦେଖା ଦେଇଛି।
Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar