ବରଗଡ : ସହରର ପ୍ରତିଷ୍ଠିତ ଗହଣା ଦୋକାନ ଇ-ମାର୍ଟର ପରିବର୍ଦ୍ଧିତ ନୂତନ ସୋ ରୁମ ସ୍ଥାନୀୟ ଧର୍ମଶାଳା ଛକଠାରେ ଉଦଘାଟିତ ହୋଇଯାଇଛି । ବରିଷ୍ଠ ବିଜେପି ନେତା ଅଶ୍ୱିନୀ ଷଡଙ୍ଗୀ ଅନ୍ୟ ଅତିଥିଙ୍କ ଉପସ୍ଥିତିରେ ଫିତାକାଟି ଏହାର ଉଦଘାଟନ କରିଥିଲେ । ଏହି ଅବସରରେ ଅତିଥି ଭାବରେ ଜୟପ୍ରକାଶ ଶତପଥୀ , ଦିଲୀପ ସାୱଡିଆ, କିଶୋର ଅଗ୍ରୱାଲ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ  । ଏହି ନୂତନ ସୋ ରୁମରେ ଆସନ୍ତା ଫେବୃୟାରୀ ୧୨ ପର୍ଯ୍ୟନ୍ତ ସୁନା କ୍ରୟ ଉପରେ ଏକ ଯୋଜନା ଆରମ୍ଭ କରାଯାଇଛି । ଏହି ଯୋଜନାରେ ସୁନା କ୍ର୍ରୟ କରୁଥିବା ବ୍ୟକ୍ତିମାନେ ଏକ ଲକି ଡ୍ର ମାଧ୍ୟମରେ ତାରକ ମେହେତାଙ୍କ ଉଲଟା ଚଷମା ର ଲୋକପ୍ରିୟ କଳାକାର ପୋପଟ ଲାଲଙ୍କ ସହ ଭେଟ ହୋଇ ତାଙ୍କ ସହିତ ଭୋଜନ ମଧ୍ୟ ନେଇପାରିବେ । ଉଦଘାଟନ କାର୍ଯ୍ୟକ୍ରମକୁ ଇମାର୍ଟର ସତ୍ୱାଧିକାରୀ କୈଲାଶ ଅଗ୍ରୱାଲ ଓ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନେ ପରିଚାଳନା କରିଥିଲେ ।

Leave a Reply

Your email address will not be published.

error: Content is protected !!
This is default text for notification bar
This is default text for notification bar