ବରଗଡ଼ : ଦେଶର ଅଗ୍ରଣୀ ମୋଟର ସାଇକେଲ ନିର୍ମାତା ହିରୋ ର ସ୍ମାର୍ଟ ସ୍କୁଟର ଜୁମ୍ ର ବିକ୍ରୀ ସ୍ଥାନୀୟ ଅଧିକୃତ ବିକ୍ରେତା ଆକାଶ ମୋର୍ଟସ ଠାରେ ଆରମ୍ଭ ହୋଇଯାଇଛି । ଏହି ଅବସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବସନ୍ତ ସାହୁଙ୍କ ପରିଚାଳନାରେ ଏହି ନୂତନ ସ୍କୁଟର ପ୍ରଥମ ଗ୍ରାହକଙ୍କୁ ପ୍ରଦାନ କରାଯାଇଥିଲା । ଜୁମ୍ ସ୍ମାର୍ଟ ସ୍କୁଟରରେ ବ୍ଳୁ ଟୁଥ ସଂଯୋଗ , କଲର ଆଇଡି , ଏରୋ ଡାଇନାମିକ ଡିଜାଇନ ସହ ଚଉଡା ଟାୟାର ରହିଛି । ଏହାଛଡା ଏଥିରେ ପ୍ରଥମ ଥର ପାଇଁ ଏଡାଭାନ୍ସ ପ୍ରୋଜେକଟର ଏଏଲଡି ଲାଇଟର ସୁବିଧା ରହିଛି । ଏହି ଅବସରରେ ଆକାଶ ମୋର୍ଟସର ସତ୍ୱାଧିକାରୀ ଆକାଶ ଅଗ୍ରୱାଲ ଓ ଅନ୍ୟ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।ଏହାର ବିଭିନ୍ନ ମଡେଲର ମୂଲ୍ୟ ୭୪ ହଜାରରୁ ୮୨ ହଜାର ମଧ୍ୟରେ ରହିଥିବା ଆକାଶ ମୋର୍ଟସ ପକ୍ଷରୁ ସୂଚନା ଦିଆଯାଇଛି । ବର୍ତମାନ ବଜାରରେ ଦୁଇ ଚକିଆ ବାହାନରେ ସ୍କୁଟର ମଡେଲର ବିକ୍ରୀ ବଢ଼ି ଚାଲିଥିବାରୁ ଯୁବବର୍ଗର ଗ୍ରାହକମାନଙ୍କୁ ଏହା ଅଧିକ ଆକର୍ଷିତ କରିବ ବୋଲି ଜଣାପଡିଛି ।

Leave a Reply

Your email address will not be published.

error: Content is protected !!
This is default text for notification bar
This is default text for notification bar