ସୋହେଲା  : ସୋହେଲା ବ୍ଲକ କନଗାଁ ଗ୍ରାମର ଶ୍ରୀ ଶ୍ରୀ ସମଲେଶ୍ବରୀ ଶିକ୍ଷା ଓ ଧର୍ମାର୍ଥ ନ୍ୟାସର ବାର୍ଷିକ ବୃତ୍ତି ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଟ୍ରଷ୍ଟର ସଭାପତି ପୁର୍ଣ୍ଣଚନ୍ଦ୍ର ଆଚାର୍ଯ୍ଯଙ୍କ ସଭାପତିତ୍ବ ତଥା ଟ୍ରଷ୍ଟୀ ଅଧ୍ଯାପକ ଟେକଚାନ୍ଦ ଦୁଆନଙ୍କ ସଂଯୋଜନାରେ ମୁଖ୍ଯଅତିଥି ଭାବେ ଡା ଶିଶିର କୁମାର ସାହୁ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ପ୍ରମାଣ ପତ୍ର ତଥା ନଗଦ ରାଶି ପ୍ରଦାନ କରିଥିଲେ। ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଗିରିଜା ଶଙ୍କର ଆଚାର୍ଯ୍ଯ ସ୍ବାଗତ ଭାଷଣ ତଥା ପ୍ରଧାନଶିକ୍ଷକ ମୋତିଲାଲ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ଶ୍ଯାମକୁମର ବାରିକ ଏବଂ କେଦାରନାଥ ସାହୁ ପରିଚାଳନା କରିଥିଲେ। ରାହାସ ବିହାରୀ ସାହୁ, ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ସାହୁ, ଚନ୍ଦ୍ରଶେଖର ବାରିକ, ରାମଚନ୍ଦ୍ର ସାହୁ, ଗୌର ଚରଣ ପଧାନ, ସୁବାସ ଚନ୍ଦ୍ର ସାହୁ, ଜଗଦୀଶ ଆଚାର୍ଯ୍ଯ, ଗୀର୍ଜେଶ ଖାଡ଼ଙ୍ଗା, ତୁଳାରାମ ମେହେର, ବୁଦ୍ଧଦେବ ସାହୁଙ୍କ ସହ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ପରିଚାଳନା କମିଟୀ ସଦସ୍ଯ ଉପସ୍ଥିତ ଥିଲେ। ତୃତୀୟ, ପଞ୍ଚମ, ଅଷ୍ଟମ ଏବଂ ଦଶମ ଶ୍ରେଣୀର କୃତୀ ଛାତ୍ର ଛାତ୍ରୀଙ୍କୁ ଅଞ୍ଚଳର ପୂର୍ବତନ ଶିକ୍ଷକ ମାନଙ୍କ ସ୍ମୃତିରେ ଅଠର ବର୍ଷ ହେଲା ପୁରସ୍କାର ପ୍ରଦାନ କରାଯାଉଛି।
Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar