ବରଗଡ : ଗାନ୍ଧୀ ସ୍ମୃତି ପାଠାଗାର ପକ୍ଷରୁ ଆୟୋଜିତ ଉନବିଂଶତମ ପୁସ୍ତକ ମେଲା ଉଦଘାଟିତ ହୋଇଯାଇଛି । ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗର ସହଯୋଗରେ  ଅନୁଷ୍ଠିତ ହେବାକୁ ଥିବା ଏହି ପୁସ୍ତକ ମେଳାର ଉଦଘାଟନୀ ଉତ୍ସବରେ ବରଗଡ ସାଂସଦ ସୁରେଶ ପୂଜାରୀ ମୁଖ୍ୟଅତିଥି ଏବଂ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦେବେଶ ଆଚାର୍ଯ୍ୟ ବରେଣ୍ୟ ଅତିଥି ତଥା ଉଦଘାଟକ ଭାବରେ ଯୋଗ ଦେଇଥିଲେ ।ବିଶିଷ୍ଟ କବି ତଥା ଗାଳ୍ପିକ ମଳୟ ମିଶ୍ର ଏହି ସଭାରେ ବରେଣ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ । ଗାନ୍ଧୀ ସ୍ମୃତି ପାଠାଗାର ର ସଭାପତି ବିମ୍ବାଧର କୁଅଁରଙ୍କ ଅଧ୍ୟକ୍ଷତା ଏବଂ ସଂପାଦକ ବିକ୍ରମାଦିତ୍ୟ ପଣ୍ଡାଙ୍କ ସଂଯୋଜନା ରେ ଅନୁଷ୍ଠିତ ଉଦ୍ଘାଟନୀ ସନ୍ଧ୍ୟାରେ ସୁର ମନ୍ଦିର ନୃତ୍ୟ ସଙ୍ଗୀତ ଅନୁଷ୍ଠାନ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସ୍ଥାନୀୟ ଜର୍ଜ ହାଇସ୍କୁଲ ପଡିଆରେ ଅନୁଷ୍ଠିତ ଚଳିତ ବର୍ଷର ପୁସ୍ତକ ମେଳା ନଭେମ୍ବର ୨୦ ରୁ ଆରମ୍ଭ ହୋଇ ନଭେମ୍ବର ୨୯ ତାରିଖରେ ସମାପ୍ତ ହେବ ।

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar