ଭଟଲି : ଶିଶୁର ଗୁଣାତ୍ମକ ବିକାଶ ପାଇଁ କେବଳ ଯେ ଶିକ୍ଷା ପଛରେ ଧାବମାନ ହେଲେ ହେବ ନାହିଁ । ଶିଶୁର ସମୂହ ବିକାଶ ହେଲେ ହିଁ ଗୁଣାତ୍ମକ ବିକାଶ ହୋଇ ପାରିବ । ତେବେ ସମୂହ ବିକାଶ ପାଇଁ ସହଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସେଥିପାଇଁ ତ ବିଦ୍ୟାଳୟରେ ବର୍ତ୍ତମାନ ଆନନ୍ଦମୟ ଶିକ୍ଷାର ବହୁଳ ପ୍ରସାର ହେଲାଣି । ଶିଶୁ ଆନନ୍ଦରେ, ନିଜ ହିସାବରେ ପାଠ ପଢିଲେ ଓ ସ୍ବାଧୀନତାର ସହିତ ବିଦ୍ୟାଳୟରେ ଅଧ୍ୟୟନ କଲେ ନିଜ ଭିତରେ ଥିବା ଲୁକ୍କାୟିତ ପ୍ରତିଭାର ବିକଶିତ କରି ପାରିବ। ତେଣୁ ଆଜିର ଦିନରେ ଶିଶୁର ଗୁଣାତ୍ମକ ବିକାଶ ସକାଶେ ଏହି ସୁରଭି କାର୍ଯ୍ୟକ୍ରମର ଯଥେଷ୍ଟ ଆବଶ୍ୟକତା ରହିଥିବା ଭଟଲି ବ୍ଲକ୍ ତେଜାଗୋଲା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବରେ ମତ ପ୍ରକାଶ ପାଇଛି । ଏହି ଅବସରରେ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀ ସରୋଜ କୁମାର ଭୁଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ବରଗଡ଼ ଜିଲ୍ଲା ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜାରା ବାରିକ, ଅବସରପ୍ରାପ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅରୁଣ କୁମାର ବେହେରା, ବ୍ଲକ ଉପାଧ୍ୟକ୍ଷ ଲଲିତା ବାଗ ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦେବାନନ୍ଦ ବିଶି ପ୍ରମୁଖ ଅତିଥି ଭାବରେ ମଞ୍ଚାସୀନ ଥିଲେ । ଉଦଯାପନୀ ସମାରୋହ ମୁଖ୍ୟଅତିଥି ସୁଶାନ୍ତ ସିଂ, ସମ୍ମାନିତ ଅତିଥି ଜିଲ୍ଲା ଶିକ୍ଷା ଅଧିକାରୀ ମିତ୍ରଭାନୁ କଛପ, ବ୍ଲକ ଅଧ୍ୟକ୍ଷ ନିତ୍ୟାନନ୍ଦ ପଧାନ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧୀରେନ୍ଦ୍ର କୁମାର ସେଠୀ, ଜିଲ୍ଲା ପରିଷଦ ସଭ୍ୟ ଈଶ୍ୱର ସାହୁ, ସ୍ଥାନୀୟ ସରପଂଚ ଅମ୍ବାଳିକା ପଧାନ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜାରା ବାରିକ, ବିଦ୍ୟାଳୟର ପ୍ରଧାନଶିକ୍ଷକ ଦେବାନନ୍ଦ ବିଶି ପ୍ରମୁଖ ମଞ୍ଚାସୀନ ଥିଲେ । ଗୋଷ୍ଠୀ ଶିକ୍ଷା ଅଧିକାରୀ ସରୋଜ ଭୁଏ ଅଧ୍ୟକ୍ଷତା କରିଥିଲେ । କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ବୈରାଗୀ ସାହୁ, ସରୋଜ ସେଠ୍ ଓ ପ୍ରକାଶ ସାହୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କ୍ରୀଡା ଶିକ୍ଷକ ମୁନସୀ ପାତ୍ର ମଞ୍ଚ ପରିଚାଳନା କରିଥିଲେ ।

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar