ସୋହେଲା  : ସାର୍ବଜନୀନ ଦୁର୍ଗାପୁଜା  ସୋହେଲା ଅବସର ରେ ଲୋକମହୋତ୍ସବ ପାର୍ବଣ  ଉଦଘାଟିତ ହୋଇଯାଇଛି। ସ୍ଥାନୀୟ ହଟଲୀ  ଠାରେ ଆଗାମୀ ସାତଦିନ ଧରି ରାଜ୍ୟ ତଥା ରାଜ୍ୟ ବାହାର ର ଶହ ଶହ କଳାକାର ପ୍ରତ୍ୟହ ନୃତ୍ଯ ପ୍ରଦର୍ଶନ କରିବେ। ଦୁର୍ଗାପୁଜା  କମିଟିର  ସଂପାଦକ ଦିଲ୍ଲୀପ ଖମାରୀ,ବାବୁଳୁ ଦେବତା,ମନହର୍ ମାଝୀ, ଦୁର୍ଗାପ୍ରସାଦ ସାହୁ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲ । ଡ. ତୁଷାରକାନ୍ତ ସାହୁ ସଭା ପରିଚଳନା କରିଥିଲେ। ହାଜି ଇକବାଲ୍ ଖେରାନୀ ଧନ୍ୟବାଦ ଅର୍ପଣ କରିଥିଲ। ଏହାପରେ ପ୍ରଖ୍ଯାତମଞ୍ଚ ଉପସ୍ଥାପିକା ସସ୍ମିତା ପରମଗୁରୁଙ୍କ ସଂଯୋଜନାରେ ରଙ୍ଗାରଂଗ ନୃତ୍ୟ କାର୍ଯ୍ୟକ୍ରମ ହୋଇଥିଲା। ନିଲାଦ୍ରି ଗୋଟିପୁଅ ନୃତ୍ୟ ଅନୁଷ୍ଟାନ ସାଖିଗୋପାଳର କଳାକାର ମଙ୍ଗଳାଚରଣ ,ବନ୍ଧ ନୃତ୍ୟ, ଆମେ ଓଡ଼ିଆ ପରିବେଷଣ କରିଥିଲେ।

ନୁପୁର୍ ନୃତ୍ୟ ଅନୁଷ୍ଟାନ କୋଲକାତା ଦ୍ଵାରା ଦୁର୍ଗା ବନ୍ଦନା, ରାଜସ୍ଥାନୀ ନୃତ୍ୟ, ଗଡ଼ବାଲି ନୃତ୍ୟ ପ୍ରଦର୍ଶନ ହୋଇଥିଲା। ମୟୁରୀ  ସଂସ୍କୃତିକ  ଅନୁଷ୍ଠାନ ସୁନ୍ଦରଗଡ଼ର୍ କଳାକାରମାନେ ଡଙ୍ଗର ତଳେ ରଜାର ବିହା, ମାଏଳାଜଡ଼ ପରିବେଷଣ କରି ଦର୍ଶକଙ୍କୁ ଝୁମାଇଥିଲେ।

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar