ବରଗଡ଼ : ସ୍ଥାନୀୟ କଲ୍ୟାଣମଣ୍ଡପଠାରେ ରାଜ୍ୟ ସରକାରଙ୍କ ହସ୍ତତନ୍ତ ବିଭାଗ ସହାୟତାରେ ଏକ ସ୍ୱତନ୍ତ୍ର ହସ୍ତତନ୍ତ ପ୍ରଦର୍ଶନୀ ଉଦଘାଟିତ ହୋଇଯାଇଛି ।  ଏହି ପ୍ରଦର୍ଶନୀକୁ ଜିଲ୍ଳାପାଲ ମନିଷା ବାନାର୍ଜୀ ଉଦଘାଟନ କରିଥିଲେ । ଆଗାମୀ ୨୩ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରଦର୍ଶନୀରେ ରାଜ୍ୟର ବିଭିନ୍ନ ଅଚଂଳର ବୁଣାକାର ଙ୍କ ଦ୍ୱାରା ଉତ୍ପାଦିତ ଶାଢ଼ୀ , ଶାଟିଙ୍ଗ , ଡ୍ରେସ ମ୍ୟାଟେରିଏଲସ ଆଦି ବିକ୍ରୟ ହେବ । ଏହି ପ୍ରଦର୍ଶନୀରେ ହସ୍ତତନ୍ତ ଲୁଗା ଉପରେ ୪୦ ପ୍ରତିଶତ ଏବଂ ପୋଷାକ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ବ୍ୟବସ୍ଥା ରହିଥିବା ସୂଚନା ଦିଆଯାଇଛି । ଏ ଅବସରରେ ଅତିରିକ୍ତ ଜିଲ୍ଳାପାଲ ନବୀନ କୁମାର ପଟେଲ , ଉପନିର୍ଦ୍ଦେଶକ ବୟନଶିଳ୍ପ ଶିଶିର କୁମାର ନାଗ , ସମ୍ବଲପୁରୀ ବସ୍ତ୍ରାଳୟର ସଂପାଦକ ସଂପୂର୍ଣ୍ଣାନନ୍ଦ ପ୍ରଧାନ ଉପସ୍ଥିତ ଥିଲେ ।

Leave a Reply

Your email address will not be published.

error: Content is protected !!