ସୋହେଲା : ସାର୍ବଜନୀନ ଦୁର୍ଗାପୂଜା ଅବସରରେ ସୋହେଲାରେ ରାମଲୀଳା ଉଦଘାଟିତ ହୋଇଯାଇଛି । ପ୍ରଥମ ଦିବସରେ ରାବଣର  ବରପ୍ରାପ୍ତି ଓ ଲଙ୍କା ଅଧିକାର ଓ ଦଶରଥଙ୍କ ପୁତ୍ରେଷ୍ଟି ଯଜ୍ଞ ଓ ପୁତ୍ରପ୍ରାପ୍ତି , ରାବଣର ଅତ୍ୟାଚାରରୁ ରକ୍ଷା ପାଇଁ ଦେବଗଣଙ୍କ ବିଷ୍ଣୁ ଆରାଧନା , ଶ୍ରବଣ କୁମାର ଉପାଖ୍ଯାନ  ଆଦି ଅଭିନୀତ ହୋଇଥିଲା । ନଅ ଦିନ ଧରି ହେବାକୁ ଥିବା ଏହି ରାମଲୀଳା କାର୍ଯ୍ୟକ୍ରମକୁ ନାଟ୍ୟକାର ଅଗସ୍ତି ଭୋଇ ନିର୍ଦ୍ଦେଶନା ଦେଉଛନ୍ତି  । କ୍ଷୀରୋଦ୍ର ଓ ଜଳୀଳ୍ ଶେଖ ସହ ନିର୍ଦ୍ଦେଶକ ଦାୟିତ୍ୱ ତୁଲାଉଛନ୍ତି । ସେହିପରି ସୁରେଶ ଗୌନ୍ତିଆ ସଂଗୀତ ନିର୍ଦେଶନା ଦେଇଛନ୍ତି ।ବେବି ଏବଂ ଗୋପାଳ ନାୟକ କଣ୍ଠଦାନ କରିଛନ୍ତି। ପ୍ରଥମ ଦିବସରେ ଦୁର୍ଗାପୂଜା କମିଟିର ସଭାପତି ପ୍ରକାଶ ଚନ୍ଦ୍ର ଦେବତା ରାମଲୀଳା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଉପସଭାପତି ମହମ୍ମଦ ରଫିକ୍, ବରିଷ୍ଠ ସଦସ୍ୟ ନଥୁରାମ ଅଗ୍ରୱାଲ,ଟଙ୍କଧର ଝାଙ୍କର,ଗୋବିନ୍ଦ ସାହୁ,ସଂପାଦକ ଦିଲ୍ଲୀପ ଖମାରୀ ମଞ୍ଚାସିନ ଥିଲେ।ଇକବାଲ ଖେରାନି ସଭା ପରିଚଳନା କରିଥିଲେ।

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar