ବରଗଡ : ଆଶ୍ୱିନ ମହାଳୟା ତିଥି ଅବସରରେ ଗ୍ରାମ୍ୟଦେବୀ ମାଁ ସମଲେଇଶ୍ୱରୀ ଧବଳମୁଖୀ ବେଶରେ ଦର୍ଶନ ଦେଇଥିବା ବେଳେ ହଜାର ହଜାର ଭକ୍ତ ମାଁଙ୍କୁ ଏହି ବେଶରେ ଦର୍ଶନ କରିଥିଲେ । ଏ ଅବସରରେ ମନ୍ଦିର ପରିଚାଳନା କମିଟୀ ତରଫରୁ ଭକ୍ତମାନଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଭକ୍ତମାନେ ମାଁ ଙ୍କ ପାଇଁ ଧଳା ପୁଷ୍ପ ଧରି ଦର୍ଶନ କରିବାକୁ ଆସି ମାଁଙ୍କ ଚରଣାଶ୍ରୀତ ହୋଇଥିଲେ । ମାଁ ବର୍ଷସାରା ଲାଲ ରଙ୍ଗରେ ଦର୍ଶନ ଦେଉଥିବା ବେଳେ ଆଜିର ଦିନରେ ଭକ୍ତ ମାନଙ୍କୁ ଏହି ଧଳା ତଥା ଶୁଭ୍ର ରଙ୍ଗରେ ଦର୍ଶନ ଦେଇଥାନ୍ତି ।

ମାଁ ଙ୍କର ଏହି ଧବଳମୁଖୀ ଦର୍ଶନ ପାଇଁ ଆଜି ପାରରମ୍ପରିକ ରୀତିନୀତିରେ ପୂଜା ପରେ ବିଭିନ୍ନ ପ୍ରକାର ଶ୍ୱେତ ଅଳଙ୍କାର, ଶ୍ୱେତ ବସ୍ତ୍ର ତଥା ଶ୍ୱେତ ପୁଷ୍ପ ଦ୍ୱାରା ସୁସଜ୍ଜିତ କରାଯାଇଥିଲା । ଆଜିର ଦିନରେ ମାତା ସମଲେଇଶ୍ୱରୀ ଭକ୍ତମାନଙ୍କୁ ଗଙ୍ଗା ମାତା ରୂପେ ଦର୍ଶନ ଦେଇଥାନ୍ତି । ଏହି ପରିପେକ୍ଷୀରେ ଆଜି ବିଶ୍ୱ କଲ୍ୟାଣ ନିମିତ ବରଗଡର ଅଧିଷ୍ଠାତ୍ରୀ ଦେବୀ ଭଗବତୀ ମାଁ ସମଲେଇଙ୍କ ଠାରେ ମହାଳୟା ବିହିତ ପାଂଚ ହଜାର ସାମୁହିକ ଦୀପ ପ୍ରଜ୍ଜଳନ କରାଯାଇଥିଲା ।

Leave a Reply

Your email address will not be published.

error: Content is protected !!