ସମ୍ବଲପୁର : ଆଶ୍ଵିନ ଅମାବାସ୍ୟା ସର୍ବତ୍ର ମହାଲୟା ରୂପେ ପାଳନ କରା ଯାଉଛି ଓ ଏହି ଅବସରରେ ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଈ (ସମଲେଶ୍ଵରୀ) ଧବଳମୁଖୀ ଅର୍ଥାତ୍ ଗଙ୍ଗାବେଶ ଧାରଣ କରିଛନ୍ତି । ଏହି ଶୁଭ ଲଗ୍ନରେ କମଳ ଲୋଚନ ପଣ୍ଡାଙ୍କ ରଚିତ “ଧବଳମୁଖୀ ସ୍ତୋତ୍ରମ୍” ଲୋକାର୍ପିତ ହୋଇଯାଇଛି । ଲୋକାର୍ପଣ ପର୍ବ ପୂର୍ବରୁ ମାଁ ସମଲେଇ ଙ୍କ ସମ୍ମୁଖରେ ବିଧିବିଧାନ ଅନୁସାରେ ଏହାର ପୂଜାର୍ଚ୍ଚନା କରାଯାଇଥିଲା । 

ମାଁ ଙ୍କ ଧବଳମୁଖୀ ବେଶର ଦର୍ଶନ ପାଇଁ ଆଜି ଲକ୍ଷାଧିକ ଭକ୍ତଙ୍କ ସମାବେଶ ହୋଇଛି । ସମଲେଇ ମନ୍ଦିର ପ୍ରାଙ୍ଗଣରେ ଦର୍ଶନ କରିବା ପାଇଁ ଭକ୍ତଙ୍କ ଲମ୍ବା ଲାଇନ ସହ ଆଖପାଖ ଅଞ୍ଚଳରେ ଜନଗହଳି ଲାଗି ରହିଛି ।

You sent
thanks sir

Write to Kamal Lochan Panda