ବରଗଡ଼ : ଇମ୍ପରିୟଲ କଲେଜ ପକ୍ଷରୁ ଆୟୋଜିତ କରାଯାଉଥିବା ସୁପର ସ୍କୋଲାରର ପଚଂମ ସଂସ୍କରଣ ଆଗାମୀ ୧୪ ତାରିଖରେ ବିଦ୍ୟାବିହାର ସ୍ଥିତ କଲେଜ କ୍ୟାମ୍ପସରେ ଅନୁଷ୍ଠିତ ହେବ । ଏଠାରେ ଉଲ୍ଳେଖ ଯୋଗ୍ୟ ଯେ ସୁପର ସ୍କୋଲାର କାର୍ଯ୍ୟକ୍ରମରେ ସିଏଚଏସି , ସିବିଏସଇ ଓ ଆଇସିଏସରେ ଦ୍ୱାଦଶ ଶ୍ରେଣୀରେ ଉନ୍ନୀତ ହୋଇଥିବା ପ୍ରତ୍ୟେକ ଯୁକ୍ତ ଦୁଇ ବିଦ୍ୟାଳୟର ଦୁଇ ଜଣ ଛାତ୍ରଛାତ୍ରୀଙ୍କୁ ସମ୍ମାନୀତ କରାଯାଇଥାଏ । ଏଥିପାଇଁ ସମସ୍ତ ଯୁକ୍ତ ଦୁଇ ବିଦ୍ୟାଳୟକୁ ଇମ୍ପରିୟଲ କଲେଜ ପକ୍ଷରୁ ଅନୁରୋଧ ପତ୍ର ପଠାଯାଇଛି । ବର୍ତମାନ ବିଜ୍ଞାନ ଓ ବାଣିଜ୍ୟର ଫଳାଫ ଳ ପ୍ରକାଶିତ ହୋଇଥିବା ବେଳେ ସୋମବାର ଦିନ କଳାର ଫଳାଫଳ ପ୍ରକାଶିତ ହେବା ପରେ ଏହି ତାଳିକା ଇ-ମେଲ କିମ୍ବା ହ୍ୱାଟସପରେ ପଠାଇବାକୁ ଇମ୍ପରିୟଲ କଲେଜର ଅଧ୍ୟକ୍ଷ ଦୁର୍ଗେଶ ଶତପଥୀ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published.

error: Content is protected !!