ବରଗଡ଼ : ଓଡିଶା ସରକାରଙ୍କ ପକ୍ଷରୁ ଆୟୋଜିତ ଷ୍ଟାଟଅପ ଯାତ୍ରାର ଭ୍ୟାନ ଆଜି ଇମ୍ପରିୟଲ କଲେଜଠାରେ ପହଂଚିବା ପରେ ସେଠାରେ ଯୁବ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କଲେଜର ଅଧ୍ୟକ୍ଷ ଦୁର୍ଗେଶ ଶତପଥୀଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରଗଡ଼ ଶିଳ୍ପ ବିଭାଗର ବରିଷ୍ଠ ଅଧିକାରୀ ଇଂ.ପି କେ ପରିଜା , ଏହି ଯାତ୍ରାର ସଂଯୋଜକ ମଳୟ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । କଲେଜର ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ନୂତନ ଷ୍ଟାଟଅପ ବିଷୟରେ ନିଜର ପ୍ରକଳ୍ପ ବର୍ଣ୍ଣନା କରାଯାଇଥିଲା । ଏ ଅବସରରେ ରାଣୀ ନାୟକ , ତିରାଜ ନାୟକ , ଓମ ପ୍ରକାଶ ବେହେରା, କେ ଦିଲିପ , ଆନନ୍ଦ ଭୋଇ , ରୋହିତ କୁମାର ସାହୁ , କୋୟଲ ସାହୁ , ପୁଷ୍ପାଞ୍ଜଳୀ ସାହୁ ଷ୍ଟାଟଅପ ଆଇଡିଆ ଉପସ୍ଥାପନା କରିଥିଲେ ।

Leave a Reply

Your email address will not be published.

error: Content is protected !!