ବରଗଡ଼ : ବରଗଡ଼ ନିବାସୀ ପରିଚୟ ମଜୁମଦାର ଅନ୍ତରୀକ୍ଷରେ ବିଭିନ୍ନ ବିଷୟରେ ଗବେଷଣା କରି ଜର୍ମାନରେ ଉଚ୍ଚ ସମ୍ମାନ ହାସଲ କରିଛନ୍ତି । ବରଗଡ଼ କେନ୍ଦ୍ରିୟ ବିଦ୍ୟାଳୟରୁ ଯୁକ୍ତ ଦୁଇ ପାସ କରିବା ପରେ ଦିଲ୍ଳୀରେ ଆଷ୍ଟ୍ରେ ଫିଜିକ୍ସ ରେ ସ୍ନାତକ ଶିକ୍ଷା ଲାଭ କରି ଉଚ୍ଚ ଶିକ୍ଷା ପାଇଁ ଜର୍ମାନର ବନ୍ ସହରରେ ଥିବା ମେକ୍ସଫ୍ଲାଙ୍କ ଇନଷ୍ଟଚ୍ୟୁଟ ଅଫ୍ ରେଡିଓ ଏଷ୍ଟ୍ରୋନୋମିରେ ନିଜର ଗବେଷଣା ଆରମ୍ଭ କରିଥିଲେ । ସମୁଦ୍ର ପତନଠାରୁ ୫୦୬୪ ମିଟର ଉଚ୍ଚରେ ଥିବା ରେଡିଓ ଟେଲିସ୍କୋପ ଜରିଆରେ ଭବିଷ୍ୟତରେ କିପରି କୋଲ୍ଡ ଗ୍ୟାସ ଦ୍ୱାରା ତାରା ସୃଷ୍ଟି ହେବ ସେ ବିଷୟରେ ବିଶଦ୍ ଗବେଷଣା କରିଥିଲେ । ଜର୍ମାନର ନାମୀ ବୈଜ୍ଞାନିକ ପ୍ରଫେସର ଡକ୍ଟର କାଲ୍ଟ ମେନଣ୍ଟ ଓ ଡକ୍ଟର ଫ୍ରେଡରିଜ୍ଙ୍କତ୍ତତତ୍ୱାବଧାନରେ ଦୀର୍ଘ ବର୍ଷ ହେବ ଗବେଷଣା କରି ସେହି ଦେଶର ସର୍ବୋଚ୍ଚ ଗବେଷଣା ଉପାଧି ଲାଭ କରିଛନ୍ତି । ତାଙ୍କ ଦ୍ୱାରା କରାଯାଇଥିବା ଏହି ଏପେକସ ସର୍ଭେକୁ ଅନ୍ତରୀକ୍ଷରେ ଗାବେଷଣା କରୁଥିବା ପୃଥିବୀର ଅନ୍ୟ ଦେଶର ବୈଜ୍ଞାନିକମାନେ ବ୍ୟବହାର କରି ନୂତନ ତାରା ସୃଷ୍ଟିର ରହସ୍ୟ ଜାଣିପାରିବେ । ପରିଚୟ ବରଗଡ଼ ନିବାସୀ ବରିଷ୍ଠ ଆଇନଜିବୀ ଅନନ୍ତ ମଜୁମଦାର ଓ କଟାପାଲି କଲେଜରେ ଇତିହାସ ଅଧ୍ୟାପିକା ଭାବରେ କାର୍ଯ୍ୟରତ ରୀନା ମଜୁମଦାରଙ୍କ ପୁତ୍ର ଅଟନ୍ତି । ତାଙ୍କର ଏହି ସଫଳତା ପାଇଁ ବରଗଡ଼ରେ ବିଭିନ୍ନ ମହଳରେ ଅଭିନନ୍ଦନ ଜ୍ଞାପନ କରାଯାଇଛି ।