ବରଗଡ଼ : ଇମ୍ପରିୟଲ କଲେଜ ପରିସରରେ ନୂଆଖାଇ ଭେଟଘାଟ ଉତ୍ସବ ପାଳନ ସହ ୟଶ୍ ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଚେୟାରମେନ ଦିପକ ଗୋୟଲ ଓ ଅଧ୍ୟକ୍ଷ ଦୁର୍ଗେଶ ଶତପଥୀଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଇଣ୍ଡିଏନ ଇନଷ୍ଟିଚ୍ୟୁଟ ଅଫ୍ ହେଣ୍ଡଲୁମ ଟେକନୋଲୋଜିର ଦେବେନ୍ଦ୍ର ଯାଦବ , ଗାନ୍ଧୀ ସ୍ମୃତି ପାଠାଗାରର ପୂର୍ବତନ ସଭାପତି ଅରୁଣ ମହାନ୍ତି , ପଚାଂୟତ କଲେଜର ଅଧ୍ୟକ୍ଷ ପ୍ରଫେସର ପତିତପାବନ ସାହୁ , ସଂସ୍କାର ସ୍କୁଲର ନିର୍ଦ୍ଦେଶକ ଅଜିତ ପଟ୍ଟନାୟକ , ଆନ୍ତର୍ଜାତିକ ମାନ୍ୟତାପ୍ରାପ୍ତ ପ୍ରଶିକ୍ଷକ ଜୟପ୍ରକାଶ ଶତପଥୀ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ସେମିଷ୍ଟାର ଓ ବିଶ୍ୱବିଦ୍ୟାଳୟରେ ଟପ୍ପର ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଚଳିତ ବର୍ଷ ବିବିଏରେ ବିଶ୍ୱବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରିଥିବା କାହ୍ନାଚରଣ ପଣ୍ଡାଙ୍କୁ ଡାଇରେକ୍ଟର ଗୋଲ୍ଡ ମେଡାଲ ଓ ସେମିଷ୍ଟାର ଟପ୍ପର ହୋଇଥିବା ନୈନା ପ୍ରଧାନ, ଟିଟୁ କୁମାର ମୁନା , ଦିନେଶ ନାୟକ ଓ ପ୍ରିୟାଂଶୁ ଭଗତଙ୍କୁ ପ୍ରିନସିପାଲ ଗୋଲ୍ଡ ମେଡାଲ ପ୍ରଦାନ କରାଯାଇଥିଲା । ଏହାଛଡା ୨୬ ଜଣ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ସେମିଷ୍ଟାରରେ ଟପ୍ପର ହୋଇଥିବାରୁ ନଗଦ ଅର୍ଥରାଶି ଓ ଟ୍ରଫି ପ୍ରଦାନ କରାଯାଇଥିଲା । କୋୟଲ ସାହୁ , ରାନୀ ନାୟକ ଓ ତିରଜରାଜ ନାୟକ କାର୍ଯ୍ୟକ୍ରମ ଉପସ୍ଥାପନା କରିଥିଲେ । କାର୍ଯ୍ୟକ୍ରମରେ କଲେଜର ଅତିଥି ଅଧ୍ୟାପକ ଓ ନିୟମିତ ଅଧ୍ୟାପକ ଅଧ୍ୟାପିକାଙ୍କୁ ମଧ୍ୟ ସମ୍ମାନସୂଚକ ସ୍ମୃତି ଚିହ୍ନ ପ୍ରଦାନ କରାଯାଇଥିଲା । କଲେଜ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
