ବରଗଡ : ଇମ୍ପରିୟଲ କଲେଜ ପରିସରରେ ଥିବା ଚାଣକ୍ୟ ହଲଠାରେ ନୂତନ ଛାତ୍ରଛାତ୍ରୀମାନଙ୍କ ସାତଦିନିଆ ପ୍ରବେଶ ଉତ୍ସବ ଆରମ୍ଭ ହୋଇଛି । ନଭ୍ୟାମ୍ଭ ନାମରେ ନାମିତ ଏହି ପ୍ରବେଶ ଉତ୍ସବର ଦ୍ୱିତୀୟ ଦିବସରେ ଛାତ୍ରଛାତ୍ରୀମାନଙ୍କୁ କ୍ୟାମ୍ପସ ପରିକ୍ରମା କରାଯିବା ସହ ବିଭିନ୍ନ ବିଷୟରେ ସୂଚନା ପ୍ରଦାନ କରାଯାଇଥିଲା । ଏହାପରେ ଅନୁଷ୍ଠିତ ସଭାରେ ଅଧ୍ୟାପିକା ବସୁନ୍ଧରା ଦୀପ ସଭା କାର୍ଯ୍ୟ ପରିଚାଳନା କରିଥିଲେ । ଏହି ସଭାରେ ଚଳିତ ବର୍ଷ ଓଡିଶା ପ୍ରଶାସନିକ ସେବାରେ ରାଜ୍ୟରେ ତୃତୀୟ ସ୍ଥାନ ଅଧିକାର କରିଥିବା ଅନନ୍ୟା ସୃଷ୍ଟି ଶତପଥୀ ମୁଖ୍ୟବକ୍ତା ଭାବରେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ । ଜୀବନର ଚଳାପଥରେ ବିଭିନ୍ନ ବାଧାବିଘ୍ନ ଆସିବା ସତ୍ୱେ କିପରି ସଫଳତାର ଶୀର୍ଷକୁ ପହଂଚି ହେବ ସେ ବିଷୟରେ ବହୁ ଉଦାହରଣ ସହ ସେ ନିଜର ବକୃତା ରଖିଥିଲେ । କଲେଜର ଚେୟାରମେନ ଦୀପକ ଗୋୟଲଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରୋଟାରୀ ସ୍କୁଲର ପୂର୍ବତନ ଚେୟାରମେନ ପ୍ରକାଶ କର , ଆର୍ନ୍ତଜାତୀକ ପ୍ରଶିକ୍ଷକ ଜୟପ୍ରକାଶ ଶତପଥୀ , କଲେଜର ଅଧ୍ୟକ୍ଷ ଦୁର୍ଗେଶ ଶତପଥୀ ଉପସ୍ଥିତ ଥିଲେ । ଏହି ପ୍ରବେଶ ଉତ୍ସବ ଆହୁରି ପାଂଚ ଦିନ ଚାଳିବ ବୋଲି କଲେଜ ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ସୋମବାର ଦିନ କାର୍ଯ୍ୟକ୍ରମରେ ଓଡିଶା ପ୍ରଶାସନିକ ସେବାରେ ଦୃଷ୍ଟିବାଧିତ ହୋଇ ମଧ୍ୟ ସଫଳତା ଲାଭ କରିଥିବା ପ୍ରାଚ୍ୟୁର୍ଯ୍ୟ ପ୍ରଧାନ ବକ୍ତା ଭାବରେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେବେ ।

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar