ବରଗଡ : ଜୀବନରେ ଆସୁଥିବା ବିଭିନ୍ନ ବାଧା ହିଁ ସଫଳତା ପାଇଁ ସୁଯୋଗ ସୃଷ୍ଟି କରିଥାଏ ବୋଲି ଆର୍ନ୍ତଜାତୀୟ ଚେସ ଖେଳାଳୀ ତଥା ଚଳିତ ବର୍ଷ ଓଡିଶା ପ୍ରଶାସନିକ ସେବାରେ ସଫଳତା ଅର୍ଜନ କରିଥିବା ଦୃଷ୍ଟିବାଧିତ ପ୍ରାଚୁର୍ଯ୍ୟ କୁମାର ପ୍ରଧାନ କହିଛନ୍ତି । ସ୍ଥାନୀୟ ଇମ୍ପରିୟଲ କଲେଜର ଚାଣକ୍ୟ ସଭାଗୃହଠାରେ ଚାଲିଥିବା ସପ୍ତାହ ବ୍ୟାପୀ ପ୍ରବେଶ ଉତ୍ସବର ଚତୁର୍ଥ ଦିବସରେ ଅତିଥି ବକ୍ତା ଭାବରେ ଯୋଗଦେଇ ସେ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ । ଝରଣା ମିଶ୍ରଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରାଚୁର୍ଯ୍ୟ ଦୃଷ୍ଟିବାଧିତ ହେବା ସତ୍ୱେ ଜୀବନର ବିଭିନ୍ନ କ୍ଷେତ୍ରରେ ଆସିଥିବା ସୁଯୋଗ ଗୁଡିକୁ ସଫଳତାର ସହିତ ପାର ହୋଇପାରିଥିବାରୁ ଆଜି ଏହି ସ୍ଥାନରେ ପହଂଚିଛନ୍ତି ବୋଲି କହିଥିଲେ । କାର୍ଯ୍ୟକ୍ରମରେ ପ୍ରାଚୁର୍ଯ୍ୟଙ୍କ ପିତା ତଥା ପ୍ରାଧ୍ୟାପକ ରବି ପ୍ରଧାନ ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ । କଲେଜର ଚେୟାରମେନ ଦିପକ ଗୋୟଲ ପ୍ରାଚୁର୍ଯ୍ୟଙ୍କୁ ସ୍ମୃତିଫଳକ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟକ୍ଷ ଦୁର୍ଗେଶ ଶତପଥୀ ଓ ଅନ୍ୟ ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ଥିଲେ ।

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar