ଭଟଲି :ଭଟଲି ବ୍ଲକ କ୍ଲଷ୍ଟରସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଦଧିବାମନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଉଦଯାପିତ ହୋଇଯାଇଛି । ଉଦଯାପନୀ ଉତ୍ସବରେ ଅଗସ୍ତି ପଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଏବିଇଓ ଜାରା ବାରିକ, ଆଞ୍ଚଳିକ କେନ୍ଦ୍ର ସାଧନ ସଂଯୋଜକ ଲୋକନାଥ ମେହେର, ବରିଷ୍ଠ ଶିକ୍ଷୟିତ୍ରୀ ଜୟନ୍ତୀ ପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି ଅବସରରେ କନିଷ୍ଠ ବର୍ଗରୁ ଚିତ୍ରାଙ୍କନ ପ୍ରତିଯୋଗିତାରେ ପ୍ରାଚୀ ସାହୁ, ସୃଜନଶୀଳ ଲିଖନରେ ବିଦିଶା ପଧାନ, ହସ୍ତାକ୍ଷର ପ୍ରତିଯୋଗିତାରେ ଦିପ୍ତିମୟୀ ସାହୁ, କୁଇଜରେ ହଂସୀକା ସାହୁ, ବକୃତାରେ କ୍ଷଣିକା ପ୍ରସନ୍ନ ଷଡଙ୍ଗୀ, ସଙ୍ଗୀତରେ ଆଲିଶା ସାହୁ ଏବଂ ଏମଡିଏମ କଳାରେ ପ୍ରତିଭା ପ୍ରଧାନ ଓ ଗୁଞ୍ଜନ ସାହୁ ପ୍ରଥମ ସ୍ଥାନ ଅଧିକାର ପୂର୍ବକ ବ୍ଲକ ସ୍ତରକୁ ଉନ୍ନୀତ ହୋଇଥିଲେ । ସେହିପରି ବରିଷ୍ଠ ବର୍ଗରେ ପ୍ରବନ୍ଧ ପ୍ରତିଯୋଗିତାରେ ନିୟତି ନିହାରିକା ସାହୁ, ଚିତ୍ରାଙ୍କନରେ ଆକୃତି ସାହୁ, ସୃଜନଶୀଳ ଲିଖନରେ ଡିଲେଶ୍ୱରି କାଲୋ, ବିତର୍କ ପ୍ରତିଯୋଗିତାରେ ତମନ୍ନା କୁମାରୀ ରଣା, କୁଇଜରେ ନିୟତି ନିହାରିକା ସାହୁ, ବାକୃତାରେ ଦୀପ୍ତି ସାହୁ ଏବଂ ସଙ୍ଗୀତରେ ଜୟଶ୍ରୀ ସାହୁ ପ୍ରମୁଖ ପ୍ରଥମ ସ୍ଥାନ ଅଧିକାର କରି ବ୍ଲକ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ । ଭଟଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ସରୋଜ ଭୁଏ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ । ଅତିଥି ମାନଙ୍କ ଦ୍ଵାରା ସମସ୍ତ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ସେହିପରି କନକଲତା ପଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ଏବିଇଓ ଜାରା ବାରିକ ମୁଖ୍ୟ ଅତିଥି, ଭଟଲି ସରକାରୀ ଉଚ୍ଚ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ଲଳିତ ବିଶ୍ଵାଳ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଶିଶୁ ମାନଙ୍କ କେବଳ ଶିକ୍ଷା କ୍ଷେତ୍ରରେ ଉନ୍ନତି ଯଥେଷ୍ଟ ନୁହେଁ ଶିଶୁର ଗୁଣାତ୍ମକ ଉନ୍ନତି ପାଇଁ ସହଶିକ୍ଷାର ମଧ୍ୟ ଆବଶ୍ୟକତା ରହିଛି ଏବଂ ଏହି କାର୍ଯ୍ୟକ୍ରମଟି ଏଭଳି ଶିଶୁ ଗଠନ ପାଇଁ ଏକ ଉନ୍ନତ ମାଧ୍ୟମ ବୋଲି ପ୍ରକାଶ କରିଥିଲେ । ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଆଞ୍ଚଳିକ କେନ୍ଦ୍ର ସାଧନ ସଂଯୋଜକ ଲୋକନାଥ ମେହେର, ବିଦ୍ୟାଳୟର ପ୍ରଧନଶିକ୍ଷକ କନକଲତା ପଧାନ ମଞ୍ଚାସିନ ଥିବାବେଳେ ଶିକ୍ଷକ ଅଗସ୍ତି ପଧାନ ମଞ୍ଚ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମରେ ୧୩ ଟି ବିଦ୍ୟାଳୟର ଛାତ୍ରୀଛାତ୍ର ଯୋଗଦେଇଥିଲେ

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar